ହାଇଓ୍ବା ଡ୍ରାଇଭରଙ୍କୁ ହେଲମେଟ୍ ଦରକାର, ନହେଲେ ଫାଇନ୍: ଏପରି ଅଦ୍ଭୁତ ଚାଲାଣ କିଏ କାହାର କାଟିଛି ଜାଣନ୍ତୁ

Published By : Prameya-News7 Bureau | December 07, 2019 IST

ପଦ୍ମପୁର ୭।୧: ବରଗଡ ଜିଲ୍ଲା ପଦ୍ମପୁରରୁ ଆସିଛି ଟ୍ରାଫିକ୍ ନେଇ ଆଉ ଏକ ଅଭିଯୋଗ ଆସିଛି । ସିଟ୍ ବେଲ୍ଟ ଓ ହେଲମେଟ୍ ପିନ୍ଧି ନଥିବାରୁ ଜଣେ ହାଇୱା ଚାଳକ ଦେଇଛନ୍ତି ଫାଇନ୍ । ହଜାରେ ଟଙ୍କା ଲେଖାଏଁ ଦୁଇ ହଜାର ଟଙ୍କା ଫାଇନ୍ ଦେଇଛନ୍ତି ହାଇୱା ଚାଳକ ।

ଗତ ୨ ତାରିଖ ଦିନ ପଦ୍ମପୁର ପୋଲିସ ମହୁଲପାଲି ଛକଠାରେ ଚେକିଙ୍ଗ କରୁଥିଲା । ତେବେ ଓଡି୧୭ଏଫ୭୫୨୭ ନମ୍ବର ବିଶିଷ୍ଟ ଏକ ହାଇୱା ଚାଳକଙ୍କ ନାଁରେ ହେଲମେଟ୍ ଓ ସିଟ୍ ବେଲ୍ଟ ବାନ୍ଧି ନଥିବାରୁ କଟାଯାଇଥିଲା ଚାଲାଣ । ଫାଇନ୍ ଆଦାୟ ହୋଇଛି । ଟ୍ରାଫିକ୍ ପୋଲିସର ଏଭଳି ଖାମଖିଆଲ ମନୋଭାବ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.