ରାସ୍ତା ଉପରେ ଜଳିଗଲା ହାଇୱା
19/10/2020 at 8:00 AM

Image Courtesy : prameyanews.com
ଭୁବନେଶ୍ୱର ୧୯।୧୦: ରାସ୍ତା ଉପରେ ଜଳିଗଲା ହାଇୱା । ପାହାଳ ଫାଣ୍ଡି ନିକଟ ରାସ୍ତା ଉପରେ ଠିଆ ହୋଇଥିବା ଏକ ହାଇୱାରେ ହଠାତ୍ ନିଆଁ ଲାଗି ଯାଇଥିଲା । ଖବର ପାଇ କଳ୍ପନା ଓ ବାରଙ୍ଗରୁ ଦୁଇଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକଟିରେ ବାଲି ବୋଝେଇ ହୋଇ ରହିଥିଲା । ତେବେ ଅଗ୍ନିକାଣ୍ଡ ସମୟରେ ଗାଡିରେ ଡ୍ରାଇଭର କିମ୍ବା ହେଲପର ନଥିଲେ । ସର୍ଟ ସର୍କଟ ଯୋଗୁ ଟ୍ରକରେ ନିଆଁ ଲାଗି ଯାଇଥିବା କୁହାଯାଉଛି ।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021