Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବ୍ୟାଙ୍କ୍ କର୍ମଚାରୀଙ୍କୁ ହଇଓ୍ବା ଡ୍ରାଇଭରଙ୍କ ମରଣାନ୍ତକ ଆକ୍ରମଣ : ଥାନାରେ ମାମଲା, ଅଭିଯୁକ୍ତ ଫେରାର

26/06/2020 at 10:28 AM

ନିଶ୍ଚିନ୍ତକୋଇଲି ୨୬।୬: ବ୍ୟାଙ୍କ୍ କର୍ମଚାରୀଙ୍କୁ ଲୁହା ରଡରେ ମରଣାନ୍ତକ ଆକ୍ରମଣ କଲା ହାଇୱା ଚାଳକ । ବ୍ୟାଙ୍କ୍ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଉମର କାନରା ବ୍ୟାଙ୍କର ଫିଲ୍ଡ ଅଫିସର ହୃଦାନନ୍ଦ ସିଂହ ସନ୍ଧ୍ୟା ସାଢେ ୭ଟା ବେଳେ ନିଜ ଘର ଡେରାବିଶ ଲକ୍ଷ୍ମୀନାରାୟଣପୁରକୁ ଫେରୁଥିଲେ । ନିଶ୍ଚିନ୍ତକୋଇଲି ଲଳିତଗିରି ରାସ୍ତାର ଗୌଡ଼ ଗୋପ ବଜାର ନିକଟରେ ତାଙ୍କୁ ଜଣେ ହାଇୱା ଟ୍ରକ୍ ଚାଳକ ଲୁହାରଡ଼ରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡ ଓ ବିଭିନ୍ନ ଅଙ୍ଗରେ ଗଭୀର କ୍ଷତ ଲାଗିବା ସହ ରକ୍ତ ସ୍ରାବ ଯୋଗୁଁ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । 

ସମ୍ପୃକ୍ତ ହାଇଓ୍ବା ଚାଳକ ହୃଦାନନ୍ଦଙ୍କ ଗାଁ ଡେରାବିଶ ଥାନା ଲକ୍ଷ୍ମୀନାରାୟଣପୁରରେ । ତେବେ ଗାଁ ରାସ୍ତାରେ ବାଲି ଗଦା କରିବା ସହ ଗାଁ ରାସ୍ତାଟିକୁ ଭାଙ୍ଗି ଦେଉଥିବାକୁ ବିରୋଧ କରିବାରୁ ବ୍ୟାଙ୍କ୍ କର୍ମଚାରୀ ଜଣଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଥିବା ଭଦ୍ରେଶ୍ବର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି ।  ଅଭିଯୋଗ ପରେ ଫାଣ୍ଡି ପୋଲିସ  ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ହାଇଓ୍ବା ଚାଳକ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।

   Related Posts