ହ୍ୟୁଣ୍ଡାଇର ଏହି ୪ଟି କାର୍ ବଜାରରେ ହଇଚଇ କରିବାକୁ ରେଡି : ମାତ୍ର ୪ମାସରେ ହେବ ଲଞ୍ଚ

Published By : Prameya-News7 Bureau | November 17, 2019 IST

ନୂଆଦିଲ୍ଲୀ ୧୭/୧୧: କୋରିଆନ୍ ଅଟୋ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ଆଗାମୀ ୪ମାସରେ ଅଟୋ ସେକ୍ଟରରେ ହଇଚଇ ସୃଷ୍ଟି କରିବ। ହ୍ୟୁଣ୍ଡାଇ ଆସନ୍ତା ବର୍ଷ ଅପ୍ରେଲ୍ ମାସରେ ୪ଟି କାର୍ ବଜାରକୁ ଆସିବ। ଏହାକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି। କମ୍ପାନୀ ହ୍ୟୁଣ୍ଡାଇ ଔରା,ବର୍ଣ୍ଣା ସେଦାନ,ହ୍ୟୁଣ୍ଡାଇ ଆଇ ୨୦ ଏବଂ ହ୍ୟୁଣ୍ଡାଇ କ୍ରେଟା ବଜାରକୁ ଛାଡ଼ିବ। ଆସନ୍ତୁ ଜାଣିବା ଏହାର ଫିଚର୍ସ :

{"id":185461,"sizeSlug":"large"}

ଅଟୋ ସେକ୍ଟରରେ ହୋଇଥିବା କ୍ଷତି ପରେ ହ୍ୟୁଣ୍ଡାଇ ନିଜର ୪ଟି କାର୍ ବଜାରକୁ ଛାଡ଼ିବ। ଏଥିରୁ ଗୋଟିଏ ହେଉଛି ହ୍ୟୁଣ୍ଡାଇ ଔରା ଯାହା ସେଣ୍ଟ ସେଦାନ ଭର୍ସନରେ ବିକ୍ରି କରାଯିବ। ଏଥିରେ ବିଏସ୍-୬ ମାନକ ଇଞ୍ଜିନ୍ ଦିଆଯାଇଛି। ଏହି କାର୍ ୧.୨ଲିଟର ପେଟ୍ରୋଲ୍ ଏବଂ ଡିଜେଲ୍ ଇଞ୍ଜିନ୍ ଭାରିଏଣ୍ଟରେ ଉପଲବ୍ଧ ହେବ। କମ୍ପାନୀ ଏହି କାରରେ ୮ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍,ଆଣ୍ଡ୍ରଏଡ ସିଷ୍ଟମ୍,ଆଣ୍ଡ୍ରଏଡ ଅଟୋ ଏବଂ ଆପଲ୍ କାରପ୍ଲେ ସ୍ପୋର୍ଟ ଭଳି ଫିଚର୍ସ ଦେଉଛି।

{"id":185462,"sizeSlug":"large"}

କୋରିଆନ୍ ବ୍ରାଣ୍ଡ ଆଗାମୀ ଦିନରେ ନିଜର ବର୍ଣ୍ଣା ସେଦାନକୁ ବି ଲଞ୍ଚ କରିବାକୁ ଯାଉଛି,ଯାହା ନିକଟରେ ଚାଇନାର ବଜାରରେ ଲଞ୍ଚ କରାଯାଇଛି। ନୂଆ ବର୍ଣ୍ଣାର ଭିତରେ ଏବଂ ବାହାରେ ଅନେକ ପରିବର୍ତ୍ତନ କରାଯାଇଛି। ଏହି କାରରେ ୧.୫ଲିଟର ଡିଜେଲ୍ ଇଞ୍ଜିନ୍ ଏବଂ ପେଟ୍ରୋଲ୍ ଇଞ୍ଜିନ୍ ଦିଆଯାଇଛି। ଡିଜେଲ୍ ଇଞ୍ଜିନ୍ ୧୧୫ବିଏଚପି ପାଓ୍ବାରର ଯାହା ୨୫୦ଏନଏମ୍ ଟାର୍କ ଏବଂ ପେଟ୍ରୋଲ୍ ଇଞ୍ଜିନ୍ ୧୧୫ବିଏଚପି ପାଓ୍ବାରର ଯାହା ୧୪୪ ଏନଏମ୍ ପାଓ୍ବାରର ଟାର୍କ ଦେଇଥାଏ।

{"id":185463,"width":589,"height":362,"sizeSlug":"large"}

ହ୍ୟୁଣ୍ଡାଇ କମ୍ପାନୀ କ୍ରେଟାର ନୂଆ ଜେନେରେସନ ମଧ୍ୟ ନେଇ ଆସୁଛି ଯାହା ୨୦୨୦ରେ ପ୍ରଦର୍ଶିତ କରାଯାଇପାରିବ। ଏହି କାର୍ ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ଲଞ୍ଚ କରାଯିବ। ହ୍ୟୁଣ୍ଡାଇର ନୂଆ କ୍ରେତାରେ ନୂଆ ଫିଚର ଦିଆଯିବ। ଏହାର ୧.୦୫ଲିଟର ପେଟ୍ରୋଲ୍ ଏବଂ ଡିଜେଲ୍ ଇଞ୍ଜିନ୍ ରହିଛି।

{"id":185464,"sizeSlug":"large"}

ହ୍ୟୁଣ୍ଡାଇ ଆଇ ୨୦ ଭାରତରେ ଟେଷ୍ଟିଙ୍ଗ ସମୟରେ ସ୍ପଟ୍ ହୋଇ ସାରିଛି। ଏହି ମଡେଲରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ ନୂଆ ଇଞ୍ଜିନ୍ ଅପ୍ସନ୍ ମଧ୍ୟ ଦିଆଯାଇଛି। ଏହି କାରରେ ୧.୫ଲିଟର ଡିଜେଲ୍ ଏବଂ ୧.୨ଲିଟର ପେଟ୍ରୋଲ୍ ଇଞ୍ଜିନ୍ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.