କରୋନା ମୁକାବିଲା ପାଇଁ ଆଗକୁ ଆସିଲା ହ୍ୟୁଣ୍ଡାଇ ମୋଟର୍ସ, କୋରିଆରୁ ଆଣିବ ଆଡଭାନ୍ସଡ୍ କୋଭିଡ-୧୯ ଟେଷ୍ଟିଂ କିଟ୍ସ୍

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ, ୨୮|୦୩ :   ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ କରୋନା ଭାଇରସ ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛି । କମ୍ପାନୀ କୋରିଆରୁ ଆଡଭାନ୍ସଡ୍ ଟେଷ୍ଟିଂ କିଟସ୍ ଆମଦାନୀ କରିବ ବୋଲି କହିଛି । ଏହି କିଟ୍ ଅଧିକ ଆଡଭାନ୍ସ ଅଟେ । ଏହାକୁ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ପ୍ରଭାବିତ ଅଞ୍ଚଳରେ ଥିବା ହସ୍ପିଟାଲରେ ବାଣ୍ଟିବେ ।

{"id":245427,"width":758,"height":505,"sizeSlug":"large"}

ଏହି କିଟ୍ସ୍ ସାହାଯ୍ୟରେ ପ୍ରାୟ ୨୫ ହଜାର ଲୋକ ଲାଭବାନ ହେବେ । ଏଥିରେ କରୋନା ସଂକ୍ରମଣଚୁ ଚିହ୍ନଟ କରିବା ସହଜ ହେବ । ଫଳରେ ସଂକ୍ରମିତ ଅତିଶୀଘ୍ର ଚିକିତ୍ସା ସୁବିଧା ପାଇପାରିବେ ବୋଲି କମ୍ପାନୀ କହିଛି ।

ଏହାସହ ପରିସ୍ଥିତି ଅସମ୍ଭାଳ ହେଲେ କମ୍ପାନୀ ସରକାରଙ୍କୁ ସମସ୍ତ ସହାୟତା ଯୋଗାଇବ ବୋଲି କହିଛି । ଯେଉଁ ଗ୍ରାହକମାନେ ଲକଡାଉନ ପାଇଁ ସେମାନଙ୍କ ଯାନବାହାନର ଓ୍ୱାରେଣ୍ଟି, ବର୍ଧିତ ଓ୍ୱାରେଣ୍ଟୀ ଓ ଫ୍ରି ସର୍ଭିସ କରିପାରୁ ନାହାଁନ୍ତି ସେମାନଙ୍କ ପାଇଁ ଥିବା ସମୟସୀମାକୁ କମ୍ପାନୀ ୨ ମାସ ପାଇଁ ବୃଦ୍ଧି କରିଛି ।

ନିକଟରେ ଟିଭିଏସ ଆଟୋମୋବାଇଲ ମାର୍ଚ୍ଚ ଓ ଏପ୍ରିଲରେ ଥିବା ଫ୍ରି ସର୍ଭିସକୁ ଜୁନ ୨୦୨୦ ଯାଏଁ ବୃଦ୍ଧି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.