Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ଆଜି ଲଂଚ ହେବ ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ୧୦ ନିଓସ୍ (Hyundai Grand i10 NIOS),ଜାଣନ୍ତୁ ଏହାର ବିଶେଷତ୍ବ

20/08/2019 at 3:32 PM

ଆଜି ଭାରତରେ ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ୧୦ ନିଓସ୍‌ ଲଂଚ ହେବ। ଆଇ ଟେନର ଥାର୍ଡ ଜେନେରେସନ ଗାଡି ହେଉଛି ଆଇ୧୦ ନିଓସ୍‌। ଏହାର ଦାମ ୫ ଲକ୍ଷରୁ ଆରମ୍ଭ ହେବ ବୋଲି ଆଶା କରାଯାଇଛି।ନୂଆ କାରର ଲୁକ୍‌ ଗ୍ରାଣ୍ଡ ଆଇ୧୦ର ବର୍ତ୍ତମାନ ମଡେଲରୁ ସମ୍ପୂର୍ଣ୍ଣ ଅଲଗା। ଏହି ଗାଡି ନାଁରେ କେବଳ ନିଓସ ଯୋଡା ଯାଇଛି। ଏହାର ନୂଆ ମଡେଲ ବଜାରରେ ଆସିବା ପରେ ଗ୍ରାଣ୍ଡ ଆଇ ୧୦ ବନ୍ଦ କରାଯିବ। ହେଲେ ଏବେ କିଛି ଦିନ ଯାଏଁ କମ୍ପାନୀ ଉଭୟ ଗ୍ରାଣ୍ଡ ଆଇ ୧୦ ଓ ଗ୍ରାଣ୍ଡ ୧୦ ନିଓସ ବିକ୍ରି କରିବ।

ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ୧୦ ନିଓସ୍‌ ଆଗରେ ପ୍ରୋଯେକ୍ଟର ସହ ସ୍ବେପ୍ଟବ୍ୟାକ୍‌ ହେଡଲାମ୍ପ, କ୍ରେସକେଡିଂ ଗ୍ରିଲ ଓ ଭି-ଶେପ୍ ଏଲଇଟି ଡେଟାଇମିଂ ଲାଇଟ୍‌ ମଧ୍ୟ ଦିଆଯାଇଛି। ଏହି ଗାଡିର ଫ୍ରଣ୍ଟ ଲୁକ୍‌ ମଧ୍ୟ ବେଶ ଷ୍ଟାଇଲିସ୍‌ କରାଯାଇଛି।କାର ତଳେ ଲମ୍ବା କ୍ରୋମ ପଟ୍ଟି ଓ ଡାହାଣ ସାଇଡ୍‌ରେ ଭେରିଏଣ୍ଟର ବେଜ ଦିଆଯାଇଛି। ବମ୍ପର ପାଖରେ ନମ୍ବର ପ୍ଲେଟ୍‌ ଲଗାଇବାର ସୁବିଧା ଦିଆଯାଇଛି।

ହ୍ୟୁଣ୍ଡାଇ ନୂଆ କାରର ସାଇଡ୍‌ ଲୁକ୍‌ରେ x-ଶେପ୍‌ର ସି-ପିଲର ଦିଆଯାଇଛି। ଯାହା ଉପରେ ଜି ଆଇ ୧୦ ଲେଖାଯାଇଛି।  ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ୧୦ ନିଓସ୍‌ର ଇଣ୍ଟେରିଅର ଡୁଆଲ ଟୋନ୍‌ କଲର ଅଛି। ଏହାର କେବିନ୍‌ରେ ଆପଣଙ୍କୁ ଆଣ୍ଡ୍ରଏଡ ଅଟୋ ଓ ଆପେଲ କାରପ୍ଲେ ସହ ୮ ଇଂଚର ଟଚସ୍କ୍ରିନ ଇନ୍ଫୋଟେନମେଣ୍ଟ ସିଷ୍ଟମ, ୩ ସ୍ପୋକ ମଲଟି ଫଙ୍କସନ ଷ୍ଟିୟରିଂ ଓ ଅଟୋ କଣ୍ଟ୍ରୋଲ, ରିୟର ଏସି ଭେଣ୍ଟେଜ ଓ ୱାୟରଲେସ ଚାର୍ଜିଂ ଭଳି ଫିଚର୍ସ ମିଳିବ।

ଗ୍ରାଣ୍ଡ ଆଇ୧୦ ନିଓସ୍‌ରେ ୧.୨ ଲିଟରର ପେଟ୍ରୋଲ ଓ ଡିଜେଲ ଇଂଜିନ ମିଳିବ ବୋଲି ଆଶା ଅଛି। ଏହି କାରରେ ୫-ସ୍ପିଡ ମାନୁଆଲ ଓ ୫-ସ୍ପିଡ ଅଟୋମେଟେଡ୍‌ ମାନୁଆଲ ଟ୍ରାନ୍ସମିସନ୍‌ର ଅପସନ ରହିବ। ଉଭୟ ଇଂଜିନ ବିଏସ-୬ ରେଡି ହେବାର ସମ୍ଭାବନା ଅଛି। ବଜାରରେ ଏହାର ଟକ୍କର ମାରୁତୀ ସ୍ବିଫ୍ଟ ଓ ଫର୍ଡ ଫିଗୋ ଭଳି ଗାଡି ସହ ହେବ।

   Related Posts