Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ହ୍ୟୁଣ୍ଡାଇ କାରରେ ମିଳିବ ସେଣ୍ଟରସାଇଡ୍ ଏୟାରବ୍ୟାଗ, ମୁଣ୍ଡରେ ଲାଗୁଥିବା ଆଘାତ ୮୦ ପ୍ରତିଶତ ହ୍ରାସ ହେବ

19/09/2019 at 10:27 PM

ଭାରତରେ କାର ନିର୍ମାତାମାନେ ଏବେ ସେଫ୍ଟି ଫିଚର୍ସ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଣୁ କାରଗୁଡିକରେ ଏବେ ଏବିଏସ୍ ଓ ଇବିଡି ଆଦି ଅତ୍ୟାଧୁନିକ ଫିଚର ଉପଲବ୍ଧ ହେଉଛି। ସରକାର ସେଫ୍ଟି ଫିଚରକୁ ଷ୍ଟାଣ୍ଡାର୍ଡ କରିଦେଇଥିବାରୁ ହ୍ୟୁଣ୍ଡାଇ କାର ନିର୍ମାତା ପ୍ରଥମ ଥର ସେଣ୍ଟର ସାଇଡ୍ ଏୟାରବ୍ୟାଗ୍ ବିକଶିତ କରିଛନ୍ତି। ତେବେ ଆସନ୍ତୁ ଜାଣିବା କିପରି କାମ କରୁଛି ଏହି ସୁରକ୍ଷା ଫିଚର।

କାରରେ ଏହି ଏୟାରବ୍ୟାଗ୍ ଡ୍ରାଇଭର ଓ ଫ୍ରଣ୍ଟ ପାସେଞ୍ଜର ମଧ୍ୟରେ ରହିବ। ଫଳରେ କୌଣସି ବଡ ଦୁର୍ଘଟଣା ହେଲେ ଡ୍ରାଇଭର ଓ ପାସେଞ୍ଜରଙ୍କୁ କାର ଭିତରେ ପରସ୍ପର ସହ ଧକ୍କା ଲାଗିବା ଓ ମୁଣ୍ଡରେ ଆଘାତ ଲାଗିବାରୁ ରକ୍ଷା କରିବ। ଏହା ଛଡା ଗାଡିରେ ଯଦି ଫ୍ରଣ୍ଟ ପାସେଞ୍ଜର ନଥାନ୍ତି ଓ ଦୁର୍ଘଟଣା ହୁଏ ତେବେ ସେତେବେଳେ ଡାହାଣ ପଟେ ପଡୁଥିବା ପ୍ରଭାବରୁ ଡ୍ରାଇଭରକୁ ସୁରକ୍ଷିତ ରଖିବ। ଏହି ଏୟାରବ୍ୟାଗ୍ ଡ୍ରାଇଭର ସିଟ୍ ରେ ସଂଯୁକ୍ତ ରହିବ। କମ୍ପାନୀ ଅନୁସାରେ ଏଭଳି ଏୟାର ବ୍ୟାଗ୍ ଦୁର୍ଘଟଣା ବେଳେ କାରଭିତରେ ଥିବା ପାସେଞ୍ଜରଙ୍କ ମୁଣ୍ଡରେ ହେଉଥିବା ଆଘାତକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷିତ ରଖିବ।

ୟୁରୋପିୟ ଅଟୋମୋବାଇଲ ମେନୁଫେକ୍ଚର୍ସ ଆସୋସିଏସନ ହିସାବ ଅନୁସାରେ ଦୁର୍ଘଟଣା ବେଳେ ଗାଡିଭିତରେ ପାସେଞ୍ଜର ପରସ୍ପର ସହ ପିଟି ହୋଇ ଅଥବା ଇଣ୍ଟରିୟର ପାନେଲରେ ଧକ୍କା ଲାଗିବା ଯୋଗୁ ଡ୍ୟାମେଜ ରେଟ୍ ପ୍ରାୟ ୪୫ ପ୍ରତିଶତ ପର୍ଯ୍ୟନ୍ତ ଥାଏ। ଏଥିରେ ଏଭଳି ଏୟାରବ୍ୟାଗ୍ ଖୁବ୍ ସହାୟତା କରିବ।  ହ୍ୟୁଣ୍ଡାଇ ବିକଶିତ କରିଥିବା ଏୟାରବ୍ୟାଗ୍ ଅନ୍ୟ ଏୟାରବ୍ୟାଗ୍ ଅପେକ୍ଷା ଖୁବ୍ ହାଲୁକା। ଏଥିରେ ଟିଥର ନାମକ ଏକ ଇଟରନାଲ କମ୍ପୋନେଟ୍ ରଖିଛି। ଯାହା ଯାତ୍ରୀଙ୍କ ଓଜନ ଅନୁସାରେ କାମ କରିବ। ତେବେ ହ୍ୟୁଣ୍ଡାଇ ଏହାର ପ୍ୟାଟେଣ୍ଟ ପାଇବା ପରେ ପ୍ରଥମେ କେଉଁ କାରରେ ଏହି ଏୟାରବ୍ୟାଗର ବ୍ୟବହାର କରିବ ତାହା ହିଁ ଏବେ ଦେଖିବାକୁ ବାକି ରହିଲା।

   Related Posts