ହ୍ୟୁଣ୍ଡାଇ କାର ଶସ୍ତା, ୬୦ ହଜାର ମୁନାଫା, ତା'ପରେ ବି ଅଛି ରିହାତି, କରୋନା ପ୍ରଭାବିତ ବଜାରରେ କାହିଁକି କୋରିଆ କାର ନିର୍ମାତା ଦେଉଛନ୍ତି ଅଫର ?

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ, ୨୫|୦୮: କରୋନା ସଙ୍କଟ ମଧ୍ୟରେ କାର ବିକ୍ରି ବୃଦ୍ଧି କରିବା ପାଇଁ ବିଭିନ୍ନ କମ୍ପାନୀ ନୂଆ ନୂଆ ଅଫର୍ ଦେଉଛନ୍ତି । ଏପରିକି ରିହାତି ମଧ୍ୟ ଦେଉଛନ୍ତି । ଏହି ସମୟରେ ହ୍ୟୁଣ୍ଡାଇ ନିଜ ହ୍ୟାଚ୍‌ବ୍ୟାକ୍ ଓ ସେଡାନ କାର୍ ଉପରେ ଆକର୍ଷଣୀୟ ଅଫର୍ ପ୍ରଦାନ କରୁଛି । ଜୁଲାଇ ୨୦୨୦ରେ କମ୍ପାନୀ ୨୦୧୯ ଜୁଲାଇ ଅପେକ୍ଷା ୨ ପ୍ରତିଶତ କମ୍ କାର୍ ବିକ୍ରି କରିଛି । ଆସନ୍ତୁ ଜାଣିବା ହ୍ୟୁଣ୍ଡାଇ କେଉଁ କାର୍ ଉପରେ କେତେ ଡିସକାଉଣ୍ଟ ପ୍ରଦାନ କରୁଛି ।

ହ୍ୟୁଣ୍ଡାଇ ଗ୍ରାଣ୍ଡ୍ ଆଇ୧୦

ଏହି କାର୍ କିଣିଲେ ପ୍ରାୟ ୬୦ ହଜାର ଟଙ୍କା ଡିସକାଉଣ୍ଟ ମିଳିବ । ଏହି କାର୍ ୨୦୧୩ରେ ଲଞ୍ଚ ହୋଇଥିଲା । ୨୦୧୭ରେ ଏହାର ଫେସାଲିଫ୍ଟ ମଡେଲ ଲଞ୍ଚ୍ କରାଯାଇଥିଲା ।

ହ୍ୟୁଣ୍ଡାଇ ଓରା

ଏହି କାରକୁ ଅଗଷ୍ଟ ମାସରେ କିଣିଲେ ୨୦ ହଜାର ଟଙ୍କା ଯାଏଁ ରିହାତି ମିଳିବ ।

ହ୍ୟୁଣ୍ଡାଇ ସାଣ୍ଟ୍ରୋ

ଏହି ଏଣ୍ଟ୍ରି ଲେବଲ କାର୍‌ ଉପରେ ୪୫ ହଜାର ଟଙ୍କା ଯାଏଁ ରିହାତି  ମିଳୁଛି ।

ହ୍ୟୁଣ୍ଡାଇ ଏଲାଇଟ୍ ଆଇ୨୦

ହ୍ୟୁଣ୍ଡାଇ ଅଲେଣ୍ଟ୍ରାର ପେଟ୍ରୋଲ ଭର୍ସନକୁ ବିଏସ୬ରେ ଅପଗ୍ରେଡ୍ କରାଯାଇଥିଲା । ଏହି କାର୍ ଉପରେ ୩୫ ହଜାର ଟଙ୍କା ଯାଏଁ ରିହାତି ମିଳିବ ।

ହ୍ୟୁଣ୍ଡାଇ ଏଲେଣ୍ଟ୍ରା

ଏହି ଲାଟେଷ୍ଟ ଜେନେରସନ୍ ମଡେଲର ଫେସଲିଫ୍ଟ ଭର୍ସନ କମ୍ପାନୀ ନିକଟରେ ଲଞ୍ଚ୍ କରିଥିଲା । ଏହାକୁ ୨.୦ ଲିଟର ପେଟ୍ରୋଲ ଇଞ୍ଜିନ୍ ସହ ଲଞ୍ଚ୍ କରାଯାଇଥିଲା । ସେହିପରି ୧.୫ ଲିଟର ଡିଜେଲ ଇଞ୍ଜିନ୍ ସହ ମଧ୍ୟ ଏହା ବଜାରରେ ପ୍ରବେଶ କରିଥିଲା । ଏହି କାର୍ ଉପରେ କମ୍ପାନୀ ୩୦ ହଜାର ଟଙ୍କା ଯାଏଁ ରିହାତି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.