Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଲଞ୍ଚ୍ ହେଲା Hyundai Aura, ଜାଣନ୍ତୁ ଦାମ୍‌ ଓ ଫିଚର୍ସ

21/01/2020 at 1:01 PM

କୋରିଆନ୍ ଅଟୋ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇର ମୋଷ୍ଟ ଏୱେଟେଡ୍‌ କମ୍ପେକ୍ଟ ସେଡାନ୍‌ ଆଉରା (Aura) ଲଞ୍ଚ୍‌ ହୋଇସାରିଛି ।BSVIର ଏହି କାରରେ ୩ଟି ଇଞ୍ଜିନ୍‌ ଉପଲବ୍ଧ ରହିଛି। ହ୍ୟୁଣ୍ଡାଇର ଏହି ଗାଡିର ପ୍ରଥମ ଲୁକ୍‌ ୨୦୧୯ ମସିହା ୧୯ ତାରିଖରେ ଦେଖାଯାଇଥିଲା।

ଚଳିତ ବର୍ଷ ଜାନୁଆରୀ ମାସ ୨ ତାରିଖରେ ଗାଡିର ବୁକିଂ ଆରମ୍ଭ ହୋଇଥିଲା। ଏହି ଗାଡିର ବୁକିଂ ମାତ୍ର ୧୦ ହଜାର ଟଙ୍କାରେ ହେଉଥିଲା। ଏବେ ଗାଡିର ବୁକିଂ କେବଳ କମ୍ପାନୀ ୱେବ୍‌ସାଇଟ୍‌ ଓ ଡିଲରଶିପ୍‌ ମାଧ୍ୟମରେ ହୋଇପାରିବ।

ହ୍ୟୁଣ୍ଡାଇ ୱେବ୍‌ସାଇଟ ଅନୁସାରେ ଆଇସିଆଇସିଆଇ ବ୍ୟାଙ୍କ ଓ ଏଚ୍‌ଡିଏଫସି ବ୍ୟାଙ୍କ କାର୍ଡରେ ବୁକିଂ କଲେ ୧୦ ପ୍ରତିଶତ ଡିସକାଉଣ୍ଟ ମିଳିବ। ହ୍ୟୁଣ୍ଡାଇ ଆଉରାର ଲୁକ୍‌ ପାଖାପାଖି Grand i10 Nios ସହ ମିଶେ। କାରରେ ଉଭୟ ପେଟ୍ରୋଲ ଓ ଡିଜେଲ୍‌ ଇଞ୍ଜିନ ଉପଲବ୍ଧ ରହିଛି।

ଗାଡିରେ ଏପଲ୍‌ କାରପ୍ଲେ ସହ ୮ ଇଂଚର ଟଚ୍‌ ସ୍କ୍ରିନ୍‌ ଇନ୍‌ଫୋଟେନମେଣ୍ଟ ସିଷ୍ଟମ୍‌, ୫.୩ ଇଂଚର ଡି଼ଜିଟାଲ ସ୍ପିଡୋମିଟର ଓ ଏମ୍‌ଆଇଡି, ୱାୟରଲେସ୍‌ ଚାର୍ଜର ଓ ପ୍ରିମିୟମ୍‌ ସାଉଣ୍ଡ ସିଷ୍ଟମ ରହିଛି। ହ୍ୟୁଣ୍ଡାଇ ଆଉରାର ଦାମ୍‌ ସାଢେ ୫ ଲକ୍ଷରୁ ଆରମ୍ଭ କରି ୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଭାରତୀୟ ବଜାରରେ ମାରୂତୀ ଡିଜାୟର, ହୋଣ୍ଡା ଅମେଜ୍‌, ଟାଟା ଟିଗୋର ଓ ରେନୋ ସହ ଏହି ଗାଡିର ଟକ୍କର ହେବ।

   Related Posts