ସାବଧାନ:ସମ୍ମୋହନ କରି ଚୋରି- ସୋରୁମ୍‌ ମାଲିକଙ୍କ ଠାରୁ ୪୦ ହଜାର ଲୁଟ୍‌, ମହିଳାଙ୍କ ଗହଣା ଲୁଟିଲେ

Published By : Prameya-News7 Bureau | October 03, 2019 IST

ନୂଆଦିଲ୍ଲୀ - ଦେଶର ରାଜଧାନୀ ଦିଲ୍ଲାରେ ଏବେ ମାତିଛନ୍ତି ବିଦେଶୀ ସମ୍ମୋହନ କରି ଲୁଟୁ ଥିବା ଲୁଟେରା ଗ୍ୟାଙ୍ଗ୍‌ । ଏମାନେ ସମ୍ମୋହନ କରି ଲୁଟୁଥିବା ଘଟଣା ସିସିଟିଭିରେ କଏଦ ହୋଇଛି । ଜଣେ ବୟସ୍କ ମହିଳାଙ୍କ ସହ ଦୁଇ ଜଣ ଯୁବକ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଏହାପରେ ସେହି ଦୁଇ ଜଣ ଯେପରି କହିଲେ ମହିଳା ଜଣକ ସେପରି କରିଲେ ବୋଲି କ୍ୟାମେରା ସାମ୍ନାରେ ବୟାନ କରିଛନ୍ତି । ସେ ତାଙ୍କର ଦୁଇଟି ସୁନା ଚୁଡିକୁ ଦେବା ପାଇଁ କହିଥିଲେ । ସବୁବେଳେ ସତର୍କ ରହୁଥିବା ଏହି ମହିଳା ଜଣକ ସେମାନଙ୍କର କଥା ମାନି ଚୁପ୍‌ ଚାପ ତାଙ୍କର ଗହଣା ଦେଇ ଥିବା କଥା ପ୍ରକାଶ କରିଛନ୍ତି । ସେଠାରେ ଲିଗିଥିବା ଏକ ସିସି ଟିଭିରେ ଏହା କଏଦ ହୋଇଛି ।

କେବଳ ଏହି ଗୋଟିଏ ଲୁଟ୍‌ ଘଟଣା ସାମ୍ନାକୁ ଆସି ନାହିଁ ଅନ୍ୟ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି । ଯେଉଁଥିଲେ ଜଣେ ସୋ ରୁମ୍ ମାଲିକ ଏମାନଙ୍କ ସମ୍ମୋହନ ବିଦ୍ୟାର ବଶୀଭୂତ ହୋଇ ୪୦ ହଜାର ଟଙ୍କା ହରାଇଛନ୍ତି । ଏହାର ଘଟଣା ବି ସିସି ଟିଭିରେ କଏଦ ହୋଇଛି । ପ୍ରଥମେ ଏହି ବିଦେଶୀମାନେ ଏହି ସେ ରୁମ୍‌କୁ ଆସିଥିଲେ । ସେଠାରେ ସୋ ରୁମ୍‌ ମାଲିକ ଏମାନଙ୍କ କଥାରେ ବଶୀଭୂତ ହୋଇଯାଇଥିଲେ । ଏହି ଗ୍ୟାଙ୍ଗ ପ୍ରଥମେ ଲୋକଙ୍କୁ ଦେଖା ହୁଅନ୍ତି ପରେ ସେମାନଙ୍କୁ ନିଜ ବଶୀଭୂତ ହୋଇଯାଇଥାଆନ୍ତି ।

ଏହି ଗ୍ୟାଙ୍ଗ ସୋ ରୁମ୍‌ ମାଲିକଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ସେମାନେ ସୋ ରୁମ୍‌ ମାଲିକଙ୍କୁ ଦେଖା ହୋଇ କିଛି ଡଲାର ଦେବେ ବୋଲି କହିଥିଲେ । କିନ୍ତୁ ସେ ରୁମ୍‌ ମାଲିକ ଡଲାର ନେବା ପାଇଁ ମନା କରି ଦେଇଥିଲେ। ସେମାନେ ସୋ ରୁମ୍‌ ମାଲିକଙ୍କୁ ଟଙ୍କା ଦେଖାଇବାପାଇଁ କହିଥିଲେ । ଏହା ପରେ ସୋରୁମ୍ ମାଲିକ ତାଙ୍କୁ ୨ ହଜାର ଟଙ୍କିଆ ନୋଟ୍‌ ଦେଖାଇଥିଲେ । ଏହି ସମୟରେ ସମ୍ମୋହନ କରି ପ୍ରାୟ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି । ସେହି ସମୟରେ ସୋ ରୁମ୍‌ ମାଲିକ କିଛି ଜାଣି ପାରି ନଥିଲେ । ହେଲେ ପରେ ହିସାବ କରିବା ସମୟରେ ୪୦ ହଜାର ଟଙ୍କା କମ୍‌ ଥିବା ଜାଣିଥିଲେ। ସିସି ଟିଭି ଯାଞ୍ଚ ବେଳେ ଏହି ବଦେଶୀନାଗରିକଦୁଇ ଜଣ ଟଙ୍କା ଲୁଟି ନେଇଥିବା କଥା ସାମ୍ନାକୁ ଆସିଛି । ଏହାପରେ ସେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.