ତିଆରି ହେଉଛି ହାଇପରସୋନିକ ବିମାନ : ଗୋଟିଏ ଘଣ୍ଟାରେ ମୁମ୍ବାଇରୁ ପହଞ୍ଚିଯିବେ ଲଣ୍ଡନ

Published By : Prameya-News7 Bureau | June 02, 2019 IST

ମୁମ୍ବାଇରୁ ଲଣ୍ଡନ କିଏ ଗୋଟିଏ ଘଣ୍ଟାରେ ପହଂଚିପାରିବ କି ? ଆପଣ ଭାବିବେ ଏହା କେବଳ ସ୍ବପ୍ନରେ ହିଁ ସତ ହୋଇପାରିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ସତରେ ସମ୍ଭବ । ଏହା ସତ ହେବାକୁ ଯାଉଛି । ମୁମ୍ବାଇରୁ ଲଣ୍ଡନ ଯିବା ପାଇଁ ୮ ଘଣ୍ଟାରୁ ୧୧ ଘଣ୍ଟା ସମୟ ଲାଗିଥାଏ । କିନ୍ତୁ ଇଂଲଣ୍ଡର ଗୋଟିଏ କମ୍ପାନୀ ଦାବି କରିଛି ଯେ, ସେ ଏମିତି ଏକ ହାଇପରସୋନିକ ବିମାନ ତିଆରି କରୁଛି ଯେଉଁଥିରେ ଆପଣଙ୍କର ଅନେକ ସମୟ ବଞ୍ଚିଯିବ ଏବଂ ଆପଣ ମୁମ୍ବାଇରୁ ଲଣ୍ଡନ ପର୍ଯ୍ୟନ୍ତ ଦୂରତା କେବଳ ଘଂଟାଏରେ ପହଂଚିପାରିବେ ।

{"id":118669}

ଇଂଲଣ୍ଡ କମ୍ପାନୀ ରିଆକ୍ସନ ଇଂଜିନ ଲିମିଟେଡ଼ ଏମିତି ଏକ ହାଇପରସୋନିକ ବିମାନ ତିଆରି କରିବାରେ ଲାଗିଛି । ଏହା ଏକ ଡାଇରେକ୍ଟ ବିମାନ । ଯେଉଁଥିରେ ଯାତ୍ରୀଙ୍କୁ କୌଣସି ପ୍ରକାର ଅସୁବିଧା ହେବନାହିଁ ।

ରିପୋର୍ଟ ଅନୁଯାୟୀ, ଏହି ହାଇପରସୋନିକ ବିମାନର ସ୍ପିଡ଼ ଘଣ୍ଟାକୁ ପାଖାପାଖି ୬୨୦୮୦ କି:ମି ଅର୍ଥାତ ୩୮୮୦୦ ମାଇଲ ରହିବ । ଏହାର ଇଂଜିନ କୁଲିଙ୍ଗ ସିଷ୍ଟମର ଯାଞ୍ଚ ସଫଳାତାପୂର୍ବକ କରାଯାଇଛି । ହୈପର୍ଶନିକ ବିମାନର ସବୁଠାରୁ ବଡ ସମସ୍ୟା ହେଲା ଏହାର ଇଂଜିନ ବହୁତ ଗରମ ହୋଇଯାଇଥାଏ । ଏହାକୁ କାମ କରିବା ପାଇଁ ଇଂଜିନିୟର ଓ ବୈଜ୍ଞାନିକ ସମ୍ପୂର୍ଣ ସଫଳ ହୋଇପାରିନାହାନ୍ତି । 

{"id":118670,"width":584,"height":375}

ଏହି ହାଇପରସୋନିକ ବିମାନର ମୂଲ୍ୟ ଆରମ୍ଭରୁ ଟିକିଏ ଅଧିକ ରହିବ । କିନ୍ତୁ ଧୀରେ ଧୀରେ ଏହା ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଶସ୍ତା ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.