Hydroxychloroquine କେବଳ ସ୍ଵାସ୍ଥ୍ୟ କର୍ମୀ ଓ କୋଭିଡ୍ ୧୯ କେସ୍ ପାଇଁ, ଅନ୍ୟ ମାନଙ୍କୁ ମନା: ICMR
1/04/2020 at 8:54 PM

ନୂଆଦିଲ୍ଲୀ ୦୧।୦୪: ଡ୍ରଗ Hydroxychloroquine କେବଳ ଡାକ୍ତର ଏବଂ କୋଭିଡ୍ ୧୯ ପରୀକ୍ଷଣ କରୁଥିବା ଲ୍ୟାବ୍କୁକ ଦିଆଯାଇଥାଏ। ଏହା ଅନ୍ୟମାନଙ୍କ ପାଇଁ ପ୍ରଯୁଜ୍ୟ ନୁହଁ।
ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା କେବଳ ହାଇଡ୍ରୋକ୍ସିକ୍ଲୋରୋକୁଇନକୁ କୋଭିଡ୍-୧୯ ମହାମାରୀ କାରଣରୁ ଉତ୍ପନ କୌଣସି ଜରୁରୀକାଳୀନ ସ୍ଥିତିରେ ଆବଶ୍ୟକତାକୁ ପୂରା କରିବା ପାଇଁ ଏକ ଆବଶ୍ୟକ ଔଷଧ ଭାବେ ବ୍ୟବହାର କରାଯାଏ। ଏହାର ବିକ୍ରି ଏବଂ ବିତରଣ ଉପରେ ପ୍ରତିବନ୍ଧକ ରହିଛି।
ବିଜ୍ଞାନ ଓ ସଞ୍ଚାର ରୋଗ ପ୍ରମୁଖ ଗଙ୍ଗାଖେଡକରଙ୍କ ଦ୍ଵାରା ହାଇଡ୍ରୋକ୍ସିକ୍ଲୋରୋକୁଇନର ଉପଯୋଗ ଉପରେ ଆଇସିଏମଆରର ଆନୁଷ୍ଠାନିକ ସ୍ଥିତି ଉପରେ ପଚରା ଯାଇଥିବା ପ୍ରଶ୍ନ ଉପରେ ସଂଗଠନ କହିଛି ଯେ, ପ୍ରତ୍ୟେକ ଲୋକଙ୍କୁ ଏହି ଔଷଧର ବ୍ୟବହାର ପାଇଁ ସୁପାରିଶ କରାଯାଏ ନାହିଁ।
ଆମେ ବାରମ୍ବାର କହି ଆସୁଛୁ ଯେ, ଏହାର ବ୍ୟବହାର ପ୍ରତ୍ୟେକ ଲୋକଙ୍କୁ କରିବା ଦରକାର ନାହିଁ। ଏହା ଡାକ୍ତର ଓ ଲ୍ୟାବ୍ କନଫର୍ମ କେସରେ ଦିଆଯାଏ। ଆଇସିଏମଆର କୋଭିଡ ୧୯ ରୋଗୀ କିମ୍ବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ଏକ ନିବାରକ ଔଷଧ ଭାବେ ହାଇଡ୍ରୋକ୍ସିକ୍ଲୋରୋକୁଇନର ଉପଯୋଗ କରିବାକୁ ପ୍ରଥମେ ସୁପାରିଶ କରିଥିଲା।