Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବାଧ୍ୟତାମୂଳକ ନୁହେଁ, ସ୍ପଷ୍ଟ କଲା ଆଇସିଏମଆର

9/04/2020 at 5:26 PM

ନୂଆଦିଲ୍ଲୀ, ୦୯|୦୪:  ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ ବୋଲି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ପ୍ରକାଶ କରିଛି । ଏହାର ପରୀକ୍ଷଣରେ ଯଦି ସୁଫଳ ନମିଳେ ତେବେ ଏହାକୁ ରୋଗୀଙ୍କୁ ପ୍ରଦାନ କରାଯିବ ନାହିଁ ।

ଆଇସିଏମଆର କହିଛି ଯେ,ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମେଡିସିନ କରୋନା ରୋଗୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଏହାକୁ ବୁଝିବା ଆବଶ୍ୟକ । ଏହା ସଂକ୍ରମଣକୁ ହ୍ରାସ କରେ ନା ନାହିଁ ତାହା ପରୀକ୍ଷା ପରେ ଜଣାପଡିବ । ଏହାକୁ ଡାକ୍ତରମାନେ ଏବେବି ପରୀକ୍ଷା କରୁଛନ୍ତି । ଫଳାଫଳ ନଆସିବା ଯାଏଁ ଏହାକୁ ରୋଗୀଙ୍କୁ ଦିଆଯିବ ନାହିଁ ।

କାଉନସିଲର ବୈଜ୍ଞାନିକ ଆର୍ ଗଙ୍ଗା କେତର କହିଛନ୍ତି ଯେ, ଭାରତ ଏବେ କରୋନା ଭାଇରସର ତୃତୀୟ ଷ୍ଟେଜରେ ପହଁଚି ନାହିଁ । ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ଚାହିଦା ସେହି ସମୟରେ ବୃଦ୍ଧି ପାଇଥିଲା ଯେତେବେଳେ ଚୀନ ଏହାକୁ କରୋନା ମୁକାବିଲାରେ ବ୍ୟବହାର କରିବା ସହ ସଂକ୍ରମଣ ହ୍ରାସ ପାଉଥିବା ଦାବି କରିଥିଲା ।

ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ବୁଧବାର କହିଥିଲେ ଯେ, ସରକାର ଦେଶରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ଗଚ୍ଛିତ ରଖିନାହାଁନ୍ତି ।ଭବିଷ୍ୟତରେ ମଧ୍ୟ ଏପରି ହେବାର ସମ୍ଭାବନା ନାହିଁ । କିନ୍ତୁ ଆଜି ଭବିଷ୍ୟତରେ ଏହି ମେଡିସିନର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି ।

ଭାରତ ନିକଟରେ ବ୍ରାଜିଲ, ଆମରିକା ସମେତ ଅନେକ ଦେଶକୁ ଏହି ମେଡିସିନ୍ ରପ୍ତାନୀ କରିଛି ।

   Related Posts