ସୋସିଆଲ ମିଡ଼ିଆରେ ଲାଇଭ୍ କରି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ମିସ୍ ତେଲେଙ୍ଗାନା: ଠିକ୍ ସମୟରେ ପହଞ୍ଚିଲା ପୋଲିସ, ବଞ୍ଚିଗଲା ଜୀବନ

Published By : Prameya-News7 Bureau | October 29, 2021 IST

ହାଇଦ୍ରାବାଦ ୨୯/୧୦ : ଗୁରୁବାର ଦିନ ହାଇଦ୍ରାବାଦ ପୋଲିସ ଜଣେ ମହିଳାଙ୍କୁ ଆତ୍ମହତ୍ୟା କରିବାରୁ ରକ୍ଷା କରିଛି। ମହିଳା ଜଣକ ପୂର୍ବତନ ମିସ ତେଲେଙ୍ଗାନା। ସେ ସୋସିଆଲ ମିଡ଼ିଆରେ ଲାଇଭ ଷ୍ଟ୍ରିମିଙ୍ଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଭିଡିଓ ଦେଖୁଥିବା ମହିଳାଙ୍କ ସାଙ୍ଗମାନେ ସଙ୍ଗେ ସଙ୍ଗେ ପୋଲିସକୁ ଏ ସମ୍ପର୍କରେ ସତର୍କ କରାଇଥିଲେ। ସୂଚନା ପାଇ ପୋଲିସ ତୁରନ୍ତ ହିମାୟିତ ନଗର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା ଓ ମହିଳାଙ୍କୁ ଆତ୍ମହତ୍ୟା କରିବାରୁ ରକ୍ଷା କରିଥିଲା। ପୋଲିସ ମହିଳାଙ୍କୁ ନାରାୟଣଗୁଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମହିଳାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି।

{"id":535288,"sizeSlug":"full","linkDestination":"none"}

ମଡେଲ ଜଣକ ୨୦୧୮ ରେ ମିସ୍ ତେଲେଙ୍ଗାନା ପ୍ରତିଯୋଗିତା ଜିତିଥିଲେ। ମହିଳା ଫାଶୀ ଲଗାଇ ନିଜ ଜୀବନ ନେବାକୁ ଚେଷ୍ଟା କରିଥିଲେ। ସେ ଆତ୍ମହତ୍ୟା କରିବାର ଲାଇଭ ଭିଡିଓ ପୋଷ୍ଟ କରିବାବେଳେ ତାଙ୍କ ସାଙ୍ଗମାନେ ତାକୁ ଦେଖି ଡାଏଲ ୧୦୦ ରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଟିମ୍ ତୁରନ୍ତ ହିମାୟତନଗର ସ୍ଥିତ ରୋଡ୍ ନମ୍ବର ୬ ରେ ଥିବା ତାଙ୍କ ବାସଭବନକୁ ଯାଇ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ନାରାୟଣଗୁଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତେବେ ଆତ୍ମହତ୍ୟା କରିବାର କାରଣ ଏଯାଏଁ ଜଣାପଡିନାହିଁ। ତେବେ ପୋଲିସ ନିକଟରେ ସେ ଜଣେ ଯୁବକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.