ସଂସଦର ଉଭୟ ଗୃହରେ ଉଠିଲା ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା

Published By : Prameya-News7 Bureau | December 02, 2019 IST

ନୂଆଦିଲ୍ଲୀ ୦୨।୧୨: ହାଇଦ୍ରାବାଦରେ ଭେଟେରନାରୀ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ପୋଡି ହତ୍ୟା ମାମଲା ନେଇ ସାରା ଦେଶରେ ଆଲୋଡନ । ହ୍ରାଇଦ୍ରାବାଦରୁ - ଦିଲ୍ଲୀ ଜନ୍ତରମନ୍ତର ଏବଂ ସଂସଦ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସଂସଦର ଉଭୟ ଗୃହରେ ଏହି ମାମଲାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଲୋକସଭା ବାଚସ୍ପତି ଓମ୍ ବିରଲା ଏବଂ ରାଜ୍ୟସଭା ସଭାପତି ଭେଙ୍କିୟା ନାଇଡୁ ସାରା ଦେଶରେ ଘଟୁଥିବା ଏଭଳି ବୀଭତ୍ସ ଘଟଣା ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏସବୁ ମାମଲାରେ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର ସହ ଅପରାଧୀଙ୍କୁ ଫାଶୀ ଦେବା ନେଇ ଦାବି ଉଠିଛି ।

{"id":192882,"sizeSlug":"large"}

ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି ବିନା ପକ୍ଷପାତରେ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ଜରୁରୀ । ଲଗାତର ଏପରି ଘଟଣା ଘଟୁଥିବା ବେଳେ ସରକାର ଏହାର ଉଚିତ ଜବାବ ଦେବା ଆବଶ୍ୟକ ବୋଲି ରାଜ୍ୟସଭାରେ କହିଛନ୍ତି ଜୟା ବଚ୍ଚନ । ଏପରିକି ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେବା ଆବଶ୍ୟକ ବୋଲି ଜୟା ବଚ୍ଚନ କହିଛନ୍ତି । ଏସବୁ ମାମଲାରେ ନୂଆ ବିଲ୍ ନୁହେଁ ବରଂ ପଲିଟିକାଲ ୱିଲ୍ ବା ଇଚ୍ଛାଶକ୍ତି ଆବଶ୍ୟକ ବୋଲି କହିଛନ୍ତି ଭେଙ୍କିୟା ନାଇଡୁ । ଏହି ଘଟଣାରେ ସାରା ଦେଶ ଲଜ୍ଜିତ ହୋଇଛି । ଏପରି ଘଟଣାରେ ଚର୍ଚ୍ଚା ଲାଗି ସରକାର ପ୍ରସ୍ତୁତ ବୋଲି ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଏହି ଘଟଣାରେ ଚର୍ଚ୍ଚା ଲାଗି ଗୃହ ସହମତ ବୋଲି ଲୋକସଭା ସ୍ପିକର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.