Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କରୋନାରେ ମୃତ୍ୟୁବରଣ କଲେ ସ୍ବାମୀ, ଛାତରୁ ଡେଇଁ ଜୀବନ ହାରିଲେ ସ୍ତ୍ରୀ

23/10/2020 at 10:56 PM

ହାଇଦ୍ରାବାଦ ୨୩/୧୦: ସ୍ବାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। କରୋନାରେ ପୀଡ଼ିତ ଥିବା ସ୍ବାମୀ ହଠାତ ମୃତ୍ୟୁବରଣ କରିବାରୁ ସହ୍ୟ କରିପାରିଲେନି ୫୫ ବର୍ଷୀୟା ସ୍ତ୍ରୀ। ଦୁଇ ମହଲା କୋଠାରୁ ଡେଇଁ ଜୀବନ ହାରିଦେଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ହାଇଦ୍ରାବାଦର ସୈନିକପୁର ଅଞ୍ଚଳରେ।

ଆମ୍ବେଦକର ନଗରର ସୈନିକପୁର ଅଞ୍ଚଳରେ ଥିବା ନିଜ ଘରେ ରହୁଥିଲେ ସ୍ବାମୀ ଓ ସ୍ତ୍ରୀ। ତେବେ ସ୍ବାମୀ କରୋନା ଆକ୍ରାନ୍ତ ହେବା ପରେ ହୋମ ଆଇସୋଲେସନ୍‌ରେ ରହିଥିଲେ। ବୃଦ୍ଧା ଜଣଙ୍କ ସୁପରମାର୍କେଟରେ କାମ କରନ୍ତି। ସ୍ବାମୀହୋମ୍‌ ଆଇସୋଲେସନ୍‌ରେ ରହିଲେ ବୋଲି ସେ ବି ସଙ୍ଗରୋଧ ହୋଇ ରହିଥିଲେ।

ଗୁରୁବାର ସ୍ବାମୀଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ସ୍ତ୍ରୀ। ଦୁଇ ମହଲା କୋଠାରୁ ତଳକୁ ଡେଇଁପଡ଼ିଥିଲେ। ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ଆଖିବୁଜିଥିଲେ ସ୍ତ୍ରୀ। ତେବେ ତାଙ୍କର କେହି ପିଲା ନଥିବା ପଡ଼ୋଶୀ କହିଛନ୍ତି।

   Related Posts