Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କରୋନାରେ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ କଲେ ଆତ୍ମହତ୍ୟା, ଦୁଇ ମହଲା ବିଲଡିଂରୁ ଡେଇଁଲେ ତଳକୁ

24/10/2020 at 3:14 PM

ହାଇଦ୍ରାବାଦ ୨୪/୧୦: ହାଇଦ୍ରାବାଦରୁ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସଛି। ଜଣେ ୫୫ ବର୍ଷୀୟା ମହିଳାଙ୍କ ସ୍ବାମୀ ଚାଲିଯିବାରୁ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ସ୍ବାମୀ କରୋନାରେ ଆକ୍ରାନ୍ତ ହୋଇଥିଲେ।  ସେ ତାଙ୍କ ସୈନିକପୁରୀ ବାସଭବନରେ ହିଁ ଘରେ ଥାଇ ଚିକିତ୍ସିତ ହେଉ ଥିଲେ।

କରୋନା ଭାଇରସରେ ସଂକ୍ରମିତ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଘରେ ଆଇସୋଲେସନରେ ରହିଥିଲେ। ତାଙ୍କ ସ୍ତ୍ରୀ ହିଁ ତାଙ୍କର ଦେଖାଶୁଣା କରୁଥିଲେ। ଆମ୍ବେଦକର ନଗରର ସୈନିକପୁରୀ ଘରେ ଦୁହେଁ ରହୁଥିଲେ। ମହିଳା ରାଓ ନଗରର ଏକ ସୁପରମାର୍କେଟରେ କାମ କରୁଥିଲେ। ସ୍ବାମୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ମଧ୍ୟ ନିଜକୁ ହୋମ ଆଇସୋଲେସନରେ ରଖିଥିଲେ। ଗୁରୁବାର ତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିଲା ଓ ତାଙ୍କ ମୃତ୍ୟୁ ଘରେ ହିଁ ହୋଇ ଥିଲା।

ତେବେ ତାଙ୍କ ସ୍ବାମୀଙ୍କ ମୃତ୍ୟୁକୁ ସେ ସହିପାରି ନ ଥିଲେ। ମାନସିକ ଭାରସାମ୍ୟ ହରାଇ ସେ ରହୁଥିବା ବିଲଡିଂର ଦ୍ବିତୀୟ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଶରୀରରେ ଗଭୀର ଆଘାତ ଲାଗିବା ସହ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ନେରମେଡ୍ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଛି। ତେବେ ପଡୋଶୀଙ୍କ ଠାରୁ ଜଣାପଡ଼ିଛି ସେମାନଙ୍କର କୌଣସି ସନ୍ତାନ ନାହାନ୍ତି।

   Related Posts