ହାଇଦ୍ରାବାଦ ପୋଲିସର ଏନକାଉଣ୍ଟରକୁ ନେଇ ପ୍ରଶ୍ନ ବି ଉଠିଛି- ଲୋକମତ ଦୁଇ ଭାଗ

Published By : Prameya-News7 Bureau | December 06, 2019 IST

ନୂଆଦିଲ୍ଲୀ ୦୬।୧୨- ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର କୁ ନେଇ ପ୍ରଶ୍ନ ବି ଉଠିଛି। ଲୋକମତ ଦ୍ବିଭାଗ । ପୋଲିସର ଏଭଳି ଏନକାଉଣ୍ଟର କେତେ ଠିକ୍ ତାକୁ ନେଇ ବି ଗୋଟିଏ ବର୍ଗଙ୍କ ମନରେ ଅନେକ ପ୍ରଶ୍ନ । ନ୍ୟାୟିକ ବ୍ୟବସ୍ଥା ଭିତରେ ଏକ କେସ୍ ରେ ଚାର୍ଜସିଟ୍ ଦାଖଲ ନହୋଇ, କୋର୍ଟରେ କେସ୍ ଶୁଣାଣି ପ୍ରକ୍ରିୟା ନଚାଲି, ପୋଲିସର ଏନକାଉଣ୍ଟର ଉପରେ ଅନେକ ବୁଦ୍ଧିଜୀବି ଓ ରାଜନେତା ପ୍ରଶ୍ନ କରିଛନ୍ତି ।

ବିଜେପି ସାଂସଦ ମେନେକା ଗାନ୍ଧି ପୋଲିସର ଏଭଳି ଆକ୍ସନକୁ ଠିକ୍ ହୋଇନି ଦର୍ଶାଇ କହିଛନ୍ତି ବିଚାର ପ୍ରକ୍ରିୟା ପୂର୍ବରୁ ଅପରାଧିଙ୍କୁ ମାରିଦେଲେ ଆଇନର କାମ କଣ ରହିଲା? ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓାଲଙ୍କ କହିଛନ୍ତି ନ୍ୟାୟ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟିବା ଏକ ଚିନ୍ତାଜନକ ବିଷୟ । ସେହିଭଳି ପୂର୍ବତନ ଗୃହ ମନ୍ତ୍ରୀ ପି. ଚିଦାମ୍ବରମ ଏନକାଉଣ୍ଟର ସତ୍ୟତା ଉପରେ ତଦନ୍ତ ଦାବି କରିଛନ୍ତି।

କେଉଁ ପରିସ୍ଥିତିରେ ଗୁଳି ଚାଲିଲା, କେମିତି ୪ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତେଲେଙ୍ଗାନା ସରକାରଙ୍କଠାରୁ ରିପୋର୍ଟ ତଲବ କରିଛି । ଜାତୀୟ ମାନବାଧିକାର କମିଶନ ମଧ୍ୟ ମାମଲାକୁ ନିଜଆଡ଼ୁ ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୁବଶୀଘ୍ର ଏକ ଟିମ୍ ହାଇଦ୍ରାବାଦ ଯାଇ ପୂରା ଘଟଣାର ଅନୁସଂଧାନ କରିବ। ସେପଟେ ହାଇଦ୍ରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାରଙ୍କ ଦୃଢୋକ୍ତି ଯେ ଆଇନ ତା' କାମ କରିଛି । ଆମେ ସମସ୍ତଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.