‘ହାଇଦ୍ରାବାଦୀଙ୍କ ପାଖକୁ ଫେରିଲା ନିଜାମଙ୍କ ପିସ୍ତଲ’: ନିଲାମରୁ କିଣିଲେ ଯୁବକ
24/11/2020 at 11:06 PM

ହାଇଦ୍ରାବାଦ ୨୪/୧୧: ୧୮୦୦ ଶତାବ୍ଦୀର ବନ୍ଧୁକ ଫିଣ୍ଟଲକ୍ କାବାଲାରି। ୟୁକେରେ ଏହି ବନ୍ଧୁକର ନିଲାମୀ ହୋଇଥିଲା। ଏହାକୁ ଜଣେ ହାଇଦ୍ରବାଦର ଯୁବକ କିଣିଥିବା ଜଣାପଡ଼ିଛି। ୧୮୨୫ରେ ହାଇଦ୍ରାବଦର ତତ୍କାଳୀନ ଶାସକ ନିଜାମଙ୍କ ସମୟରେ ୬୫୦ ଫିଣ୍ଟଲକ୍ କାବାଲାରି ପିସ୍ତଲ ତିଆରି କରାଯାଇଥିଲା। ଏହି ପିସ୍ତଲ ନିଜାମଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ୧୯୭୪ ପର୍ଯ୍ୟନ୍ତ ବ୍ୟବହାର କରାଯାଉଥିଲା।
ପରବର୍ତ୍ତୀ ସମୟରେ ଓ୍ବେଷ୍ଟର୍ଲି ରିଚାର୍ଡସ୍ ଓ ହଲାଣ୍ଡ ଆଣ୍ଡ ହଲାଣ୍ଡ ଏହି ପିସ୍ତଲକୁ ନିଜ ଅକ୍ତିଆରକୁ ନେଇଥିଲେ। ତେବେ ଏହି ପିସ୍ତଲର ଅକ୍ସନ ଇଂଲଣ୍ଡରେ ହୋଇଥିଲା। ପୁଣି ଥରେ ଜଣେ ହାଇଦ୍ରାବଦୀଙ୍କ ହାତକୁ ପିସ୍ତଲ ଫେରିଥିବା ନେଇ ହାଇଦ୍ରାବାଦ ଯୁବକ ମୁଜ୍ଜାମିଲ୍ ରିଜଓ୍ବାନ ଫେସ୍ବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ରିଜଓ୍ବାନ୍ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ପଢ଼ିବା ପାଇଁ ସେ ଅଷ୍ଟେ୍ରଲିଆ ଯାଇଥିଲେ। ଏବେ ସେ ଷ୍ଟେପ୍ ଅଫ୍ ପ୍ରଫେସନ୍ ସଂସ୍ଥାର ନିର୍ଦେଶକ ଅଛନ୍ତି। ତାଙ୍କର ନିଜର ଏକ ରେଷ୍ଟୋରାଣ୍ଟ ‘ଦ ମହାରାଜା ଫିଷ୍ଟ’ ସିଡନୀରେ ଅଛି।