Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

ପାକ୍ କୁ ପୁଣି ବଡ ଝଟକା, ଭାରତଠୁ ହାରିଲା ୩ଶହ କୋଟିର ଆଇନ ଯୁଦ୍ଧ

2/10/2019 at 7:47 PM

ୱେଷ୍ଟମିନେଷ୍ଟର:  ଭାରତଠୁ ପୁଣି ଥରେ ଝଟକା ଖାଇଛି ପାକ୍। ହାଇଦ୍ରାବାଦ ନିଜାମଙ୍କ ଜମା ଅର୍ଥ ସମ୍ପର୍କିତ ଏକ ୭୦ ବର୍ଷ ପୁରୁଣା ମୋକଦ୍ଦମାରେ ପାକିସ୍ତାନ ହାରିଯାଇଛି। ଫଳରେ ନିଜାମଙ୍କର ପ୍ରାୟ ୩୫ ମିଲିୟନ ପାଉଣ୍ଡ (ଭାରତୀୟ ମୁଦ୍ରାରେ ୩୦୬ କୋଟି ଟଙ୍କା) ସମ୍ପର୍କିତ ମାମଲାରେ ବ୍ରିଟେନ କୋର୍ଟ ଭାରତ ସପକ୍ଷରେ ରାୟ ଦେଇଛନ୍ତି। ଭାରତ ବିଭାଜନ ବେଳେ ନିଜାମ ତାଙ୍କର ଏହି ବିପୁଳ ରାଶି ଲଣ୍ଡନର ଜାତୀୟ ୱେଷ୍ଟମିନେଷ୍ଟର ବ୍ୟାଙ୍କରେ ଜମା ରଖିଥିଲେ।

ତେବେ ନିଜାମଙ୍କ ପରେ ଭାରତ ଓ ପାକିସ୍ତାନ ଉଭୟ ଏହି ରାଶି ଉପରେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିଥିଲେ। ୭୦ ବର୍ଷ ପୁରୁଣା କାଗଜପତ୍ରର ଗହନ ଯାଞ୍ଚ ପରେ କୋର୍ଟ ଭାରତ ସପକ୍ଷରେ ରାୟ ଦେଇଥିବା ବେଳେ ପାକିସ୍ତାନର ସମସ୍ତ ତର୍କକୁ ଅଗ୍ରାହ୍ୟ କରିଦେଇଛନ୍ତି। କୋର୍ଟ ହାଇଦ୍ରାବାଦର ସପ୍ତମ ନିଜାମଙ୍କୁ ଏହି ବିପୁଳ ଅର୍ଥ ରାଶିର ମାଲିକ ସ୍ୱୀକାର କରିଥିବା ବେଳେ ଏଥିଲାଗି ପକ୍ଷ ହୋଇଥିବା ଭାରତ ଓ ତାଙ୍କର ୨ ନାତିଙ୍କୁ ଏହାର ଉତ୍ତରାଧିକାରୀ ଘୋଷଣା କରିଛନ୍ତି।

ତେବେ ପାକିସ୍ତାନ ଏଥିଲାଗି  କରିଥିବା ତର୍କରେ ଏହା ଆଇନ ସଙ୍ଗତ ମୋକଦ୍ଦମା ନୁହେଁ ବୋଲି କହିଥିଲା। କେବଳ ଏତିକି ନୁହେଁ ଅବୈଧ ସିଦ୍ଧାନ୍ତ ଉପସ୍ଥାପନ କରି ଏହାକୁ ପ୍ରଦାନ କରାନଯାଉ ବୋଲି ମଧ୍ୟ କହିଥିଲା। ତେବେ କୋର୍ଟରେ ପାକିସ୍ତାନର ଏହି ସବୁ ତର୍କ ଅଯଥା ଓ ଅବାନ୍ତର ପ୍ରମାଣିତ ହୋଇଛି। ହାଇଦ୍ରାବାଦର ତତ୍କାଳୀନ ନିଜାମ ଏହି ବିପୁଳ ଟଙ୍କା ୧୯୪୮ ମସିହାରେ ବ୍ରିଟେନରେ ଅବସ୍ଥାପିତ ପାକ୍ ଉଚ୍ଚାୟୁକ୍ତ ରହୀମଉତୁଲ୍ଲାଙ୍କ ନିକଟକୁ ପଠାଇଥିଲେ। ସେତେବେଳେ ହାଇଦ୍ରାବାଦ ନବାବ ମୀର ଉସ୍ମାନ ଅଲ୍ଲୀ ଖାନ ସିଦ୍ଦିକିଙ୍କ ରିଆସତି ଥିଲା।

ଭାରତକୁ ସମର୍ଥନ କରୁଥିବା ନିଜାମଙ୍କ ବଂଶଜମାନେ ଏହି ଅର୍ଥ ଉପରେ ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ। ଏହି ଅର୍ଥ ଉପରେ ପାକିସ୍ତାନ ବି ନିଜର ଦାବି ଜାହିର କରୁଥିଲା। ଠିକ ଭାରତର ବିଭାଜନ ସମୟରେ ନିଜାମ ଏହି ବିପୁଳ ରାଶି ବିଶ୍ୱସ୍ଥ ପାକିସ୍ତାନୀ ଅଧିକାରୀଙ୍କ ଜରିଆରେ ବ୍ରିଟେନ ଟ୍ରାନ୍ସଫର କରିଥିଲେ। ଟଙ୍କାର ସୁରକ୍ଷା ଲାଗି ନିଜାମଙ୍କ ଅର୍ଥମନ୍ତ୍ରୀ ମୋଇନ ନବାଜ ଜଙ୍ଗ ପାକିସ୍ତାନୀ ଉଚ୍ଚାୟୁକ୍ତଙ୍କ ଲଣ୍ଡନସ୍ଥିତ ବ୍ୟାଙ୍କ ଖାତାରେ ୧୦ଲକ୍ଷ ପାଉଣ୍ଡ ଟ୍ରାନ୍ସଫର କରିଦେଇଥିଲେ। ତେବେ ଏହି ଅର୍ଥ ଏବେ ସମୁଳ ସୁଧ ହୋଇ ଅନେକଗୁଣା ବଢିଯାଇଥିବା ବେଳେ ଏହା ଉପରେ ନିଜାମଙ୍କ ଉତ୍ତରାଧିକାରୀଙ୍କ ସମେତ  ପାକିସ୍ତାନ ମଧ୍ୟ ନିଜର ହକ୍ ଦାବି କରୁଥିଲା।

   Related Posts