IPL ୨୦୨୧ : ହାଇଦ୍ରାବାଦକୁ ବିଶାଳ ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ, ବଟଲରଙ୍କ ଶତକ

Published By : Prameya-News7 Bureau | May 02, 2021 IST

ନୂଆଦିଲ୍ଲୀ ୦୨/୦୫ : ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲସ୍‌ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଜାରି ରହିଛି । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ୍‌ ହରାଇ ବିଶାଳ ୨୨୦ ରନ କରିଛି । ରୟାଲସ୍‌ ପକ୍ଷରୁ ବଟଲର ଧୂଆଁଧାର ଇନିଂସ ଖେଳିଛନ୍ତି । ମାତ୍ର ୬୪ ବଲ ଖେଳି ୧୧ ଚୌକା ଏବଂ ୮ଛକା ସହାୟତାରେ ୧୨୪ ରନ ସଂଗ୍ରହ କରିଛନ୍ତି ଜୋସ୍‌ ବଟଲର । ହାଇଦ୍ରାବାଦକୁ ଜିତିବାକୁ ହେଲେ ୨୨୧ ରନ କରିବାକୁ ହେବ ।

ରାଜସ୍ଥାନ ପକ୍ଷରୁ ଜୋସ୍‌ ବଟଲର ଏବଂ ଜସଶ୍ବୀ ଜୟସଓ୍ବାଲ ଇନିଂସ ଆରମ୍ଭ କରିଥିଲେ । ବଟଲର ଆରମ୍ଭରୁ ହିଁ ବଡ ବଡ ସଟ୍‌ ଖେଳିଥିଲେ । ବଟଲର ୧୨୪ ରନ କରି ଆଉଟ ହୋଇଛନ୍ତି । ସେହିପରି ଜୟସଓ୍ବାଲ ୧୨ରନ, ଅଧିନାୟକ ସଞ୍ଜୁ ସାମସନ୍‌ ୪ ଚୌକା ଏବଂ ୨ଟି ଛକା ସହାୟତାରେ ୪୮ ରନ କରି ଆଉଟ ହୋଇଛନ୍ତି । ଡେଭିଡ୍‌ ମିଲର ୭ ଏବଂ ରିୟାନ ପରାଗ ୧୫ରନ କରି ଅପରାଜିତ ଅଛନ୍ତି ।

ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ବର କୁମାର ୪ ଓଭରରେ ୩୭ ରନ ନେଇଥିବା ବେଳେ, ସନ୍ଦୀପ ଶର୍ମା ୪ ଓଭରରେ ୫୦ ରନ ୧ ଓ୍ବିକେଟ୍‌, ରାସିଦ ଖାନ ୪ ଓଭରରେ ୨୪ ରନ ୧ ଓ୍ବିକେଟ୍‌, ଖଲୀଲ ଅହମ୍ମଦ ୪ ଓଭରରେ ୪୧, ବିଜୟ ଶଙ୍କର ୩ ଓଭରରେ ୪୨ ରନ ୧ ଓ୍ବିକେଟ୍‌, ମହମ୍ମଦ ନବୀ ୧ ଓଭର ବୋଲିଂ କରି ୨୧ ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.