Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

IPL ୨୦୨୧ : ହାଇଦ୍ରାବାଦକୁ ୧୫୧ ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ, ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ

17/04/2021 at 9:10 PM

ଚେନ୍ନାଇ ୧୭/୦୪ : ଆଇପିଏଲର ୯ମ ମ୍ୟାଚରେ ଶନିବାର ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ୍‌ ହରାଇ ସଂଗ୍ରହ କରିଛି ୧୫୦ ରନ । ହାଇଦ୍ରାବାଦକୁ ଜିତିବାକୁ ହେଲେ ୧୫୧ ରନ ସଂଗ୍ରହ କରିବାକୁ ହେବ । ମୁମ୍ବାଇ ପକ୍ଷରୁ କ୍ବିଣ୍ଟନ୍‌ ଡି’ କକ୍‌ ଏବଂ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଡି’ କକ୍‌ ୩୯ ବଲ ଖେଳି ୫ ଚୌକା ସହାୟତାରେ ୪୦ ରନ ସଂଗ୍ରହ କରିଥିବା ବେଳେ ରୋହିତ ଶର୍ମା ୨୫ ବଲ ଖେଳି ୨ଟି ଛକା ଏବଂ ଚୌକା ସହାୟତାରେ ୩୨ ରନ, ସୂର୍ଯ୍ୟକୁମାର ଯାଦବ ୧୦, ଇଶାନ କିଷନ ୧୨ରନ, ହାର୍ଦ୍ଧିକ୍‌ ପାଣ୍ଡ୍ୟା ୭ ରନ କରି ଆଉଟ ହୋଇଛନ୍ତି । କିରଣ ପୋଲାର୍ଡ ୨୨ ବଲ ଖେଳି ୧ ଚୌକା ଏବଂ ୩ ଛକା ସହାୟତାରେ ୩୫ ରନ, କ୍ରୁନାଲ ପାଣ୍ଡ୍ୟା ୭ ରନ କରି ଅପରାଜିତ ଅଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମୁଜିବ୍‌-ଉର୍‌-ରେହମାନ ଚମତ୍କାର ବୋଲିଂ କରିଛନ୍ତି । ମୁଜିବ୍‌ ୪ ଓଭର ବୋଲିଂ କରି ୨୯ ରନ ଦେଇ ୨ଟି ଓ୍ବିକେଟ୍‌ ହାସଲ କରିଛନ୍ତି । ସେହିଭଳି ରାସିଦ ଖାନ ୪ ଓଭର ବୋଲିଂ କରି ୨୨ ରନ, ଅଭିଷେକ ଶର୍ମା ୧ ଓଭର ୫ ରନ, ଖଲୀଲ ଅହମ୍ମଦ ୪ ଓଭରରେ ୨୪ ରନ ୧ ଓ୍ବିକେଟ୍‌, ଭୁବନେଶ୍ବର କୁମାର ୪ ଓଭରରେ ୪୫ ରନ, ବିଜୟ ଶଙ୍କର ୩ ଓଭରରେ ୧୯ ରନ ଦେଇ ୨ଟି ଓ୍ବିକେଟ୍ ହାସଲ କରିଛନ୍ତି ।

   Related Posts