IPL 2021 : ପ୍ରଥମ ଇନିଂସରେ ଚାଲିଲାନି ପଞ୍ଜାବ କିଙ୍ଗସ୍ ବ୍ୟାଟ୍‌, ହାଇଦ୍ରାବାଦକୁ ବିଜୟ ଲକ୍ଷ୍ୟ ମାତ୍ର ୧୨୬ ରନ

Published By : Prameya-News7 Bureau | September 25, 2021 IST

ଦୁବାଇ ୨୫/୦୯ : ଇଣ୍ଡିଆନ ପ୍ରିମିୟର ଲିଗର ଆଜି ଦୁଇଟି ମ୍ୟାଚ ଖେଳାଯାଇଛି । ପ୍ରଥମ ମ୍ୟାଚରେ ରାଜସ୍ଥାନ ବିପକ୍ଷରେ ଦିଲ୍ଲୀ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ ପଞ୍ଜାବ ଏବଂ ହାଇଦ୍ରାବାଦ ମଧ୍ୟରେ ଜାରି ରହିଛି । ହାଇଦ୍ରାବାଦ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୨୫ ରନ ସଂଗ୍ରହ କରିଛି ପଞ୍ଜାବ କିଙ୍ଗସ୍‌ । ସନରାଇଜର୍ସ ହାଇଦ୍ରାବାଦକୁ ଜିତିବାକୁ ହେଲେ ୧୨୬ ରନ କରିବାକୁ ହେବ ।

ଓପନିଂ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଲୋକେଶ ରାହୁଲ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ଫେଲ ମାରିଥିଲେ । ସେ ମାତ୍ର ୫ରନ କରି ଆଉଟ ହୋଇଥିଲେ । ସେହିଭଳି କ୍ରିସ୍ ଗେଲ ୧୪, ଆଦେନ୍ ମାର୍କରମ୍‌ ୨୭, ନିକୋଲାସ୍‌ ପୁରନ ୮ରନ, ଦୀପକ ହୁଡ୍ଡା ୧୩ ରନ, ନାଥାନ୍‌ ଇଲ୍ଲିସ୍‌ ୧୨ରନ କରି ଆଉଟ ହୋଇଛନ୍ତି । ହରପ୍ରୀତ ବରାର୍‌ ୧୮ ଏବଂ ମହମ୍ମଦ ସାମୀ ୦ ରନ କରି ଅପରାଜିତ ଅଛନ୍ତି ।

ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ବର କୁମାର ୪ ଓଭରରେ ୩୪ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଜେସନ୍‌ ହୋଲଡର ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୧୯ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ସନ୍ଦୀପ ଶର୍ମା ୪ ଓଭରରେ ୨୦ରନ ଦେଇ ୧ ଓ୍ବିକେଟ, ଖଲୀଲ ଅହମ୍ମଦ ୩ ଓଭରରେ ୨୨ରଦ, ରାସିଦ ଖାନ ୪ ଓଭରରେ ୧୭ରନ ଦେଇ୧ ଓ୍ବିକେଟ୍‌ ଏବଂ ଅବଦୁଏ ସମାଦ ଗୋଟିଏ ଓଭର ବୋଲିଂ କରି ୯ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.