Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଆମେରିକାରେ ହାଇଦ୍ରାବାଦର ଯୁବକଙ୍କୁ ଛୁରୀ ଭୁଷି ହତ୍ୟା : ଭାରତ ସରକାରଙ୍କୁ ସାହାଯ୍ୟ ପାଇଁ ଗୁହାରି କଲେ ପତ୍ନୀ

3/11/2020 at 11:44 AM

ହାଇଦ୍ରାବାଦ ୩/୧୧: ଆମେରିକାର ଜର୍ଜିଆରେ ରହୁଥିବା ୩୭ବର୍ଷୀୟା ଜଣେ ମୁସଲିମ୍ ବ୍ୟକ୍ତିଙ୍କ ହତ୍ୟାର ମାମଲା ସାମନାକୁ ଆସିଛି। ବ୍ୟକ୍ତିଜଣକ ହାଇଦ୍ରାବାଦରେ ରହୁଥିଲେ। କୁହାଯାଉଛି ଯେ ତାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ତାଙ୍କ ଶବ ଘର ବାହାରେ ପଡ଼ିଥିବା ଅବସ୍ଥାରେ ମିଳିଥିଲା। ତାଙ୍କ ପତ୍ନୀ ଭାରତ ସରକାରଙ୍କୁ ଆମେରିକା ଯିବା ପାଇଁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ଯାହା ଫଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇପାରିବ।

ମୃତକଙ୍କ ପରିଚୟ ମହମ୍ମଦ ଆରିଫ ମୋହିଉଦ୍ଦିନ ବୋଲି ଜଣା ପଡ଼ିଛି। ସେ ଗତ ୧୦ବର୍ଷରୁ ଜର୍ଜିଆରେ ଏକ ଗ୍ରସେରି ଷ୍ଟୋର ଚଲାଉଥିଲେ। ମୋହିଉଦ୍ଦିନଙ୍କ ପତ୍ନୀ ମେହନାଜ ଫାତିମା କହିଛନ୍ତି ଯେ ସେ ସରକାରଙ୍କୁ ଅପିଲ କରୁଛନ୍ତି ଯେ ସରକାର ତାଙ୍କର ଏବଂ ତାଙ୍କ ବାପାଙ୍କର ଏମରଜେନ୍ସି ଭିସାରେ ଆମେରିକା ଯାତ୍ରାର ବ୍ୟବସ୍ଥା କରାନ୍ତୁ ଯାହା ଦ୍ବାରା ସେମାନେ ଆରିଫଙ୍କ ଅନ୍ତିମ ସଂସ୍କାର କରିପାରିବେ।

ଗ୍ରସେରି ଷ୍ଟୋରର ସିସିଟିଭି ଫୁଟେଜରେ ଜଣେ କର୍ମଚାରୀ ସମେତ କେତେକ ଆକ୍ରମଣକାରୀ ଷ୍ଟୋରରେ ନଜର ଆସିଛନ୍ତି। ଫାତିମାଙ୍କ କହିବା ଅନୁସାରେ ସେ ରବିବାର ପାଖାପାଖି ୯ଟାବେଳେ ଆରିଫଙ୍କୁ ଫୋନ୍ କରିଥିଲେ ଏବଂ ସେ ଜବାବ ଦେଇଥିଲେ ଯେ ସେ ଅଧ ଘଣ୍ଟାରେ ପୁଣି ଥରେ ଫୋନ୍ କରିବେ କିନ୍ତୁ ତାଙ୍କ ପାଖକୁ ଆଉ କଲ୍ ଆସିନଥିଲା। ଏହା ପରେ ତାଙ୍କ ନଣନ୍ଦ ତାଙ୍କୁ କହିଥିଲେ ଯେ କିଛି ଅଜଣା ଲୋକ ଛୁରୀ ଭୁଷି ତାଙ୍କ ହତ୍ୟା କରି ଦେଇଛନ୍ତି।

ଏବେ ଆରିଫଙ୍କ ଶବ ଜର୍ଜିଆ ହସ୍ପିଟାଲରେ ରହିଛି। ସେଠାରେ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନାହାନ୍ତି।

   Related Posts