ଚାଲିଛି ଲକ୍‌ଡାଉନ୍‌ ପ୍ରସ୍ତୁତି, ମୁଖ୍ୟମନ୍ତ୍ରୀ କହିଲେ- ସ୍ଥିତି ସମୀକ୍ଷା କରି ନିଷ୍ପତ୍ତି ନେବୁ

Published By : Prameya-News7 Bureau | June 28, 2020 IST

ହାଇଦ୍ରାବାଦ ୨୮।୦୬: ତେଲଙ୍ଗାନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ରାଜ୍ୟରେ ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାରରୁ ଅଧିକ ରହିଛି। ଏଥିରୁ ପ୍ରାୟ ୫ ହଜାର ସୁସ୍ଥ ହୋଇ ସାରିଛନ୍ତି। କିନ୍ତୁ ସଂକ୍ରମଣ ଉପରେ ଲଗାମ ଲାଗୁନାହିଁ। ଏମିତି ସ୍ଥିତିରେ ହାଇଦ୍ରାବାଦରେ ପୁଣି ଥରେ ଲକ୍‌ଡାଉନ୍ ଲାଗୁ କରିବା ନେଇ ବିଚାର ଚାଲିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ରବିବାର କହିଛନ୍ତି ଯେ, ଚିକିତ୍ସା ଏବଂ ସ୍ଵାସ୍ଥ୍ୟ ବିଭାଗ ହାଇଦ୍ରାବାଦରେ ପୁଣି ଥରେ ଲକ୍‌ଡାଉନ୍‌ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ଏକ ଭଲ ପ୍ରସ୍ତାବ। ମାତ୍ର ଲକ୍‌ଡାଉନ୍‌ ପୁନର୍ବାର ଲଗାଇବା ବହୁତ ବଡ ନିଷ୍ପତ୍ତି। ଏଥିପାଇଁ ସରକାରୀ କଳ ଓ ଲୋକଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବା ଉଚିତ୍।

wp:html /wp:html

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଦୁଇ ଦିନ ପର୍ଯ୍ୟନ୍ତ ସ୍ଥିତିର ସମୀକ୍ଷା କରାଯିବ। ଯଦି ଆବଶ୍ୟକ ପଡେ ତେବେ କ୍ୟାବିନେଟ୍ ତିନି ଚାରି ଦିନରେ ଲକ୍‌ଡାଉନ୍‌ ପ୍ରସ୍ତାବ, ଏହାର ବିକଳ୍ପ, ସମ୍ବନ୍ଧିତ ଅନ୍ୟ ମାମଲା ଉପରେ ବିଚାର କରିବେ। ପୁଣି ଏହି ସମ୍ବନ୍ଧରେ ନିଷ୍ପତ୍ତି ନେବେ। ଉଲ୍ଲେଖଯୋଗ୍ୟ, ତେଲେଙ୍ଗାନାରେ ଅଦ୍ୟାବଧି କରୋନାରେ ୨୪୩ ଜଣ ପ୍ରାଣ ହରାଇ ସାରିଛନ୍ତି। ରାଜ୍ୟରେ ସକ୍ରିୟ କେସ୍‌ ସଂଖ୍ୟା ୮ ହଜାରରୁ ଅଧିକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.