Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

IPL2020: ଋଦ୍ଧିମାନ ଶାହା ଓ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଧୂଆଁଧାର ଅର୍ଦ୍ଧଶତକ, ଦିଲ୍ଲୀକୁ ୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ

27/10/2020 at 9:08 PM

ଦୁବାଇ ୨୭।୧୦: ଋଦ୍ଧିମାନ ଶାହା ଏବଂ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ସନରାଇଜର୍ସ  ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଋଦ୍ଧିମାନ ଶାହାଙ୍କ ୮୭ ରନ ଓ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୬୬ ରନ ବଳରେ ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍  ହରାଇ ୨୧୯ ରନ କରିଛି। ଏହି ମ୍ୟାଚ୍‌ ଜିତିଲେ ସନରାଇଜର୍ସ  ହାଇଦ୍ରାବାଦ ପ୍ଲେଅଫ ଦୌଡରେ ରହିବ। ପରାଜିତ ହେଲେ ଦଳ ଦୌଡରୁ ବାଦ୍‌ ପଡିବାର ସମ୍ଭାବନା ରହିଛି। ଅନ୍ୟପଟେ ଦିଲ୍ଲୀ ଏହି ମ୍ୟାଚ୍‌ ଜିତିଲେ ପ୍ଲେଅଫରେ ପ୍ରବେଶ କରିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଋଦ୍ଧିମାନ ଶାହା ଦମଦାର ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଦିଲ୍ଲୀ ବୋଲରଙ୍କ ଉପରେ ପ୍ରହାର କରିଥିଲେ। ପ୍ରଥମ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡି ଦଳ ପାଇଁ ବିଶାଳ ରନ ସ୍କୋରର ମୂଳଦୁଆ ପକାଇଥିଲେ। ଡେଭିଡ୍ ଓ୍ଵାର୍ଣ୍ଣର ଆଇପିଏଲରେ ୪୬ତମ ଅର୍ଦ୍ଧଶତକ ହାସଲ କରିଥିଲେ। ରବି ଚନ୍ଦ୍ରନ ଅଶ୍ଵିନ ଓ୍ଵାର୍ଣ୍ଣରଙ୍କୁ ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଓ୍ଵାର୍ଣ୍ଣର ୩୪ ବଲରୁ ୮ ଚୌକା ଓ ୨ ଛକା ବଳରେ ୬୬ ରନ କରି ପାଭିଲିୟନ ଫେରିଥିଲେ। ଓ୍ଵାର୍ଣ୍ଣର ଓ ଶାହା ୯.୪ ଓଭରରେ  ୧୦୭ ରନ ଯୋଡିଥିଲେ।

ଅନ୍ୟପଟେ ଋଦ୍ଧିମାନ ଶାହା ବିସ୍ଫୋରକ ବ୍ୟାଟିଂ ଜାରି ରଖି ଷଷ୍ଠ ଆଇପିଏଲ ଅର୍ଦ୍ଧଶତକ  ହାସଲ କରିଥିଲେ। ଶାହା ଓ ପାଣ୍ଡେ ଦ୍ରୁତ ବ୍ୟାଟିଂ କରି ଦଳର ରନଗତି ବଜାୟ ରଖିଥିଲେ। ବିଶେଷ କରି ଶାହା ଆଜି ବେଶ୍ ଆକ୍ରାମକ ବ୍ୟାଟିଂ କରିଥିଲେ। ସେ ପାଣ୍ଡେଙ୍କ ସହିତ ଦ୍ଵିତୀୟ ଓ୍ଵିକେଟ୍‌ରେ ୬୩ ରନ ଯୋଡିଥିଲେ। ଶାହାଙ୍କୁ ଆଉଟ୍ କରି ଅନରିଚ୍ ନୋର୍ତ୍ତଜେ ଦିଲ୍ଲୀକୁ ଦ୍ଵିତୀୟ ସଫଳତା ଦେଇଥିଲେ। ଶାହା ୪୫ ବଲରୁ ୧୨ ଚୌକା ଓ ୨୩ ଛକା ସହ ୮୭ ରନ କରିଥିଲେ। ହେଲେ ଶେଷ ଆଡକୁ ଦଳର ରନଗତି ଧିମେଇ ଯାଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୧୯ ରନ କରିଛି। ମନିଷ ପାଣ୍ଡେ ୩୧ ବଲରୁ ୪ ଚୌକା ଓ ୧ ଛକା ସହ ୪୪ ରନ ଏବଂ କେନ ଓ୍ଵିଲିୟମସନ ୧୧ ରନ କରି ଅପରାଜିତ ଥିଲେ।

   Related Posts