ହାଇଦ୍ରାବାଦ ଗଣ-ଦୁଷ୍କର୍ମ ମାମଲା : ସାହାଯ୍ୟ ପାଇଁ ଗୁହାରି କରି ପାରିନଥିଲେ ମହିଳା ପଶୁ ଡାକ୍ତର, ମୁହଁ ଚାପି ଦେଇଥିଲେ ଅଭିଯୁକ୍ତ

Published By : Prameya-News7 Bureau | November 30, 2019 IST

ହାଇଦ୍ରାବାଦ ୩୦/୧୧: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଜଣେ ସରକାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ,ହତ୍ୟା ଏବଂ ପୋଡ଼ି ଦେବା ଭଳି ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି। ପୋଲିସ ଯାଞ୍ଚରୁ ଜଣାପଡ଼ିଛି ଯେ ଦୁଷ୍କର୍ମ କରିବାବେଳେ ଜଣେ ଅଭିଯୁକ୍ତ ମହମ୍ମଦ ଆରିଫ ପୀଡ଼ିତାଙ୍କ ମୁହଁ ଚାପି ଦେଇଥିଲା ଯାହା ଫଳରେ ତାଙ୍କ ଚିତ୍କାର କେହି ଶୁଣି ପାରିବେ ନାହିଁ। ସେ ଯନ୍ତ୍ରଣାରେ ଚିତ୍କାର କରୁଥିବାବେଳେ ଦୁର୍ବୃତ୍ତ ତାଙ୍କୁ ଗଣଦୁଷ୍କର୍ମ କରୁଥିଲେ। କୁହାଯାଉଛି ଯେ ନିଃଶ୍ବାସ ନ ନେଇପାରିବା କାରଣରୁ ହାଇଦ୍ରାବାଦର ଏହି ନିର୍ଭୟାଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତମାନେ ଷଡ଼ଯନ୍ତ୍ର ରଚି ସ୍କୁଟିରୁ ପବନ ବାହାର କରି ଦେଇଥିଲେ ଯାହା ଫଳରେ ମହିଳା ଡାକ୍ତରଙ୍କୁ ନିଜ ଜାଲରେ ଫସାଇପାରିବେ।

{"id":192101,"width":581,"height":315,"sizeSlug":"large"}

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଗଣଦୁଷ୍କର୍ମ ସମୟରେ ମହିଳା ଡାକ୍ତର ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଥିଲେ। ଅଭିଯୁକ୍ତମାନଙ୍କୁ ଲାଗିଥିଲା ଯେ ସେମାନେ ଧରା ପଡ଼ିଯିବେ। ଏହି ସମୟରେ ମହମ୍ମଦ ଆରିଫ ମହିଳା ପଶୁ ଡାକ୍ତରଙ୍କ ମୁହଁ ବନ୍ଦ କରି ଦେଇଥିଲା। ନିଃଶ୍ବାସ ନ ନେଇପାରିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।

{"id":191946,"sizeSlug":"large"}

ତେଲେଙ୍ଗାନା ପୋଲିସ୍ ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ,ହତ୍ୟା ଏବଂ ପୋଡ଼ି ଦେଇଥିବା ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମହମ୍ମଦ ଆରିଫ,ନବୀନ,ଚିନ୍ତାକୁନ୍ତା କେଶାବୁଲୁ ଏବଂ ଶିବା। ପୋଲିସ କହିଛି ଯେ ଘଟଣାଟି ଗତ ବୁଧବାର ରାତିରେ ୯:୩୫ରୁ ୧୦ଟା ମଧ୍ୟରେ ଘଟିଛି। ଗଣଦୁଷ୍କର୍ମ ପରେ ଅଭିଯୁକ୍ତମାନେ ଡାକ୍ତରଙ୍କ ଶବକୁ ଏକ ଟ୍ରକରେ ବୋହି ହାଇଓ୍ବେରେ କିଛି ଦୂରକୁ ନେଇଯାଇଥିଲେ ଏବଂ ଏକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ୍ ଏବଂ ଡିଜେଲ୍ କିଣିଥିଲେ।

{"id":192102,"sizeSlug":"large"}

ଶୂନଶାନ ସ୍ଥାନ ଦେଖି ଅଭିଯୁକ୍ତମାନେ ଡାକ୍ତରଙ୍କ ଶବକୁ ଫିଙ୍ଗି ଦେଇଥିଲେ ଏବଂ ପେଟ୍ରୋଲ୍ ପକାଇ ଶବରେ ନିଆଁ ଲଗାଇ ଦେଇଥିଲେ। ହାଇଦ୍ରାବାଦ ପୋଲିସ୍ କହିଛି ଯେ ଲୋକଙ୍କୁ ପଚରାଉଚୁରା କରିବା ପରେ ଏବଂ ସିସିଟିଭି ସହାୟତାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବୁଧବାର ରାତିରେ ଅଭିଯୁକ୍ତମାନେ ଦେଖିଥିଲେ ଯେ ସନ୍ଧ୍ୟାରେ ଜଣେ ମହିଳା ଟୋଲ ପ୍ଲାଜା ନିକଟରେ ସ୍କୁଟି ରଖୁଥିଲେ।

{"id":192103,"sizeSlug":"large"}

ଏହା ପରେ ସେମାନେ ଗଣଦୁଷ୍କର୍ମର ଷଡ଼ଯନ୍ତ୍ର ରଚିଥିଲେ। ମହିଳା ଡାକ୍ତର କ୍ୟାବ୍ ନେଇ ଗଚିବୋବଲି ଯାଇଥିଲେ ଏବଂ ରାତି ପାଖାପାଖି ୯ଟାବେଳେ ନିଜ ସ୍କୁଟି ନେବାପାଇଁ ସେଠାକୁ ଫେରିଥିଲେ। ସେ ଦେଖିଥିଲେ ଯେ ତାଙ୍କର ଟାୟାରରେ ପବନ ନଥିଲା। ଅଭିଯୁକ୍ତମାନେ ଯୋଜନା କରି ତାଙ୍କ ଟାୟାରରୁ ପବନ ବାହାର କରି ଦେଇଥିଲେ। ମହିଳା ଡାକ୍ତର ଏହା ଦେଖି ବ୍ୟସ୍ତ ହୋଇଥିଲେ। ଏହି ସମୟରେ ମହମ୍ମଦ ଆରିଫ ତାଙ୍କ ନିକଟକୁ ସାହାଯ୍ୟ କରିବାକୁ ଯାଇଥିଲା। ତା’ର ହେଲପର ଶିବା ସ୍କୁଟିକୁ ଠିକ୍ କରିବା ବାହାନାରେ କିଛି ଦୂରକୁ ନେଇ ଯାଇଥିଲା।

{"id":191954,"sizeSlug":"large"}

ଏହା ପରେ ୩ଜଣ ଜବରଦସ୍ତି ମହିଳା ଡାକ୍ତରଙ୍କୁ ପାଖରେ ଥିବା ଏକ ଖାଲି ଫ୍ଲାଟକୁ ନେଇ ଯାଇଥିଲେ ଏବଂ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସ୍କୁଟି ରଖିବା ପରେ ଶିବା ମଧ୍ୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିଥିଲା। ହାଇଦ୍ରାବାଦର ଏହି ହୃଦୟ ବିଦାରକ ଘଟଣା ପୂରା ଦେଶକୁ ଦୋହଲାଇ ରଖି ଦେଇଥିଲା। ରାସ୍ତାଠୁ ଆରମ୍ଭ କରି ସୋଶିଆଲ ମିଡିଆ ଯାଏଁ ପୀଡ଼ିତା ଡାକ୍ତରଙ୍କ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବାକୁ ଦାବି କରାଯାଉଛି। ପୀଡ଼ିତାଙ୍କ ମାଆ ସବୁ ଦୋଷୀଙ୍କୁ ସମସ୍ତଙ୍କ ସାମନାରେ ଜୀବନ୍ତ ଜାଳି ଦେବାକୁ ଦାବି କରିଛନ୍ତି।

{"id":191950,"sizeSlug":"large"}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.