Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା : ପୋଲିସ କମିଶନରଙ୍କ ଉପସ୍ଥିତିରେ ଏନକାଉଣ୍ଟର, ସୋସିଆଲ ମିଡିଆରେ କଣ କହୁଛନ୍ତି ଲୋକେ..

6/12/2019 at 11:04 AM

ହାଇଦ୍ରାବାଦ ୦୬।୧୨: ହାଇଦ୍ରାବାଦ ଗଣଦୁଷ୍କର୍ମ ର ଚାରି ଅଭିଯୁକ୍ତ ପୋଲିସ ଏନକାଉଣ଼୍ଟରରେ ନିହତ । ଘଟଣାସ୍ଥଳରେ ତଦନ୍ତ ବେଳେ ଖସିଯିବାକୁ ଚେଷ୍ଟା କରି ପୋଲିସ ଗୁଳିରେ ଟଳି ପଡିଛନ୍ତି ଚାରି ଅଭିଯୁକ୍ତ । ତେଲେଙ୍ଗାନା ପୋଲିସର ଏହି ଆକ୍ସନକୁ ସୋସିଆଲ ମିଡିଆରେ ଜୋରଦାର ପ୍ରଶଂସା । ଦୋଷୀଙ୍କୁ ଯଥାର୍ଥ ଦଣ୍ଡ ମିଳିଛି ।  ସାବାସ୍ ପୋଲିସ । ସୋସିଆଲ ମିଡିଆରେ ଏମିତି କିଛି ରିଆକ୍ସନ ପୋଷ୍ଟ ହୋଇଛି । ଘଟଣାସ୍ଥଳରେ ଥିବା ପୋଲିସ ଉପରକୁ ସାଧାରଣଲୋକେ ଫୁଲ ପକାଇ ସ୍ବାଗତ କରିଥିବାର ଦେଖିବାକୁ ମିଳିଛି । ଦୋଷୀଙ୍କୁ ଯଥାର୍ଥ ଦଣ୍ଡ ମିଳିଛି ।  

ତେଲାଙ୍ଗାନା ହାଇଦ୍ରାବାଦ ଏନକାଉଣ୍ଟର ପରେ ସମସ୍ତେ ପୋଲିସ କମିଶନର ସିପି ସଜ୍ଜନାରଙ୍କୁ ସାଧୁବାଦ ଜଣାଇଛନ୍ତି । ଗତ ୨୭ ତାରିଖରେ ସ୍କୁଟିରୁ ଘରକୁ ଫେରୁଥିବା ଜଣେ ମହିଳା ଡାକ୍ତରଙ୍କୁ ୪ଜଣ ଅଭିଯୁକ୍ତ ପ୍ରଥମେ ଦୁଷ୍କର୍ମ କରିବା ସହ ଜିଅନ୍ତା ଜାଳିଦେଇଥିଲେ।  ଘଟଣା ଘଟିବାର କିଛି ଘଣ୍ଟାପରେ ତୁରନ୍ତ  ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ୬୦ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏକ ସପ୍ତାହ ମଧ୍ୟରେ ଜଘନ୍ୟ ଅପରାଧ ଘଟାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଇଛି ।  ସେନେଇ ପୋଲିସ କମିଶନରଙ୍କୁ ସ୍ଗାବତ ଓ ଶୁଭେଚ୍ଛା ଜଣାଇଛନ୍ତି   ।

ପୋଲିସ ଏନକାଉଣ୍ଟରେ ଚାରି ଅଭିଯୁକ୍ତ ମୃତ୍ୟୁବରଣ କରିବା ପରେ ତେଲେଙ୍ଗାନା ପୋଲିସକୁ ଶୁଭେଚ୍ଛାର ସୁଅ ଛୁଟିଛି  । ଆସନ୍ତୁ ଦେଖିବା କିଏ କଣ କହିଛନ୍ତି ।

ବହୁଜନ ସମାଜ  ପାର୍ଟି ପ୍ରମୁଖ ମାୟାବତୀ କହିଛନ୍ତି ଯେ, ଉତ୍ତରପ୍ରଦେଶ ପୋଲିସ ହାଇଦ୍ରାବଦ ପୋଲିସ ଠାରୁ କିଛି ଶିଖିବା ଦରକାର । ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ।  

ଦିଲ୍ଲୀ ଡିସିପି ସ୍ପେଶାଲ ସେଲ ସଂଜୀବ ଯାଦବ କହିଛନ୍ତି ଯେ,  ହାଇଦ୍ରବାଦ ପୋଲିସକୁ ଶୁଭେଚ୍ଛା ଜଣାଉଛନ୍ତି ।

କିପରି ହେଲା ଏନକାଉଣ୍ଟର

ଶୁକ୍ରବାର ସକାଳ ୩.୩୦ସମୟରେ, ପୋଲିସ ରିମାଣ୍ଜରେ ସମସ୍ତ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ ପାଇ ଯାଇଥିଲା । ପୋଲିସ ପୂରା ଘଟଣାକୁ ଯାଞ୍ଚ ମଧ୍ୟ କରୁଥିଲା। ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ ।  ଠିକ ଏହି ସମୟରେ ପୋଲିସ ଗୁଳି ଚଳାଇବା ଛଡା ଅନ୍ୟ କୌଣସି ଉପାୟ ନଥିଲା । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୁଳି ଚଳାଇଥିଲେ , କିନ୍ତୁ ପୋଲିସ ଗୁଳିରେ ସମସ୍ତ ଅଭିଯୁକ୍ତ ପ୍ରାଣ ହରାଇଛନ୍ତି । ଏନକାଉଣ୍ଟର ପରେ ସମସ୍ତ ମୃତଦେହକୁ ସରକାରୀ ମେଡିକାଲରେ ପଠାଯାଇଛି ।

ତେଲେଙ୍ଗାନାର ବାରଙ୍ଗଲରେ ଏହା ପୂର୍ବରୁ ୨୦୦୮ରେ ଜଣେ କଲେଜ ଛାତ୍ରୀଙ୍କ ଉପରେ ଏସିଡ୍ ଫିଙ୍ଗା ଯାଇଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। କିନ୍ତୁ କିଛି ଦିନ ପରେ ଏହି ଘଟଣାର ଅଭିଯୁକ୍ତଙ୍କୁ ଏନକାଣ୍ଟରରେ ମାରି ଦିଆଯାଇଥିଲା। ଅଭିଯୁକ୍ତମାନେ ରିମାଣ୍ଡରେ ଥିବା ବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଏହାର ପ୍ରତି ଜବାବରେ ପୋଲିସ ଏନକାଉଣ୍ଟର କରି ଏମାନଙ୍କୁ ନିପାତ କରିଥିଲା। ସେହି ସମୟରେ ସଜନ୍ନାର ବାରଙ୍ଗଲରେ ପୋଲିସ ସୁପରିଟେଣ୍ଡଣ୍ଟ ଭାବେ କାର୍ଯ୍ୟରତ ଥିଲେ ।

   Related Posts