ହାଇଦ୍ରବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା- ଦୋଷୀମାନଙ୍କୁ ଡିସେମ୍ବର ୩୧ ପୂର୍ବରୁ ଫାଶୀ ଦଣ୍ଡାଦେଶ ଦେବା ପାଇଁ ସଂସଦରେ ଦାବି

Published By : Prameya-News7 Bureau | December 02, 2019 IST

ନୂଆଦିଲ୍ଲୀ ୦୨।୧୨ -   ହାଇଦ୍ରାବାଦରେ ଭେଟନାରୀ ଡାକ୍ତରାଣୀଙ୍କ ଗ୍ୟାଙ୍ଗରେପ୍  ଏବଂ ଜଘନ୍ୟ ହତ୍ୟା ମାମଲା ନେଇ ସାରା ଦେଶରେ ଆଲୋଡନ। ହାଇଦ୍ରାବାଦରୁ - ଦିଲ୍ଲୀ ଜନ୍ତରମନ୍ତର ଏବଂ ସଂସଦ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସଂସଦର ଉଭୟ ଗୃହରେ ଏହି ମାମଲାକୁ ନେଇ ଉଦବେଗ ପ୍ରକାଶ ପାଇଛି ।ଲୋକେ ଏହି ବର୍ବରକାଣ୍ଡ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ।

{"id":192969,"sizeSlug":"large"}

ସାରା ଦେଶରେ ହାଇଦ୍ରାବାଦ ଗ୍ୟାଙ୍ଗରେପ୍ ଓ ଜଘନ୍ୟ ହତ୍ୟାକାଣ୍ଡ ବିରୋଧରେ ତାତି ।ସଂସଦରୁ ସଡ଼କ ସବୁଠି ଏହି ଘଟଣା ପ୍ରତିବାଦରେ ତୀବ୍ର ସ୍ବର ଉତ୍ତୋଳନ ହୋଇଛି ।ଦୋଷୀମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବାପାଇଁ ଦାବି ହୋଇଛି ।ଏପରିକି ଦୋଷୀ ମାନଙ୍କୁ କୋର୍ଟକୁ ନ ନେଇ ସେମାନଙ୍କୁ ସାଧାରଣ ଲୋକଙ୍କ ହାତରେ ବିଚାର ପାଇଁ ଛାଡ଼ିଦେବା ଆବଶ୍ୟକ ବୋଲି ସଂସଦରେ ଦାବି ଉଠିଛି ।

{"id":192970,"sizeSlug":"large"}

ପାର୍ଲାମେଣ୍ଟର ସଦସ୍ୟଙ୍କ ମୁହଁରେ ଥିଲା କ୍ରୋଧ।  ଦୋଷୀ ମାନଙ୍କୁ ଡିସେମ୍ବର ୩୧ ପୂର୍ବରୁ ଫାଶୀ ଦଣ୍ଡାଦେଶ ଦିଆଯିବା ଉଚିତ୍‌ ବୋଲି ସଦସ୍ୟମାନେ ଦାବି କରିଥିଲେ ।ବିଜେଡି ସାଂସଦ ମାନେ ଏହି ପ୍ରସଙ୍ଗରେ ଆଲୋଚନାରେ ଭାଗନେଇ ମାମଲାରେ ତୁରନ୍ତ ଦଣ୍ଡବିଧାନ ପାଇଁ ଦାବି କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କୟା ନାଇଡୁ ମଧ୍ୟ ଏହି ମାମଲାରେ ତୁରନ୍ତ ଦଣ୍ଡବିଧାନ ପ୍ରସ୍ତାବକୁ ଗ୍ରହଣ କରିଥିଲେ।…

{"id":192971,"sizeSlug":"large"}

ସଡ଼କରେ ମଧ୍ୟ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଥିଲା ।ଦିଲ୍ଲୀରୁ ହାଇଦ୍ରାବାଦ, ବାଙ୍ଗାଲୋରରୁ ପାଟନା ପର୍ଯ୍ୟନ୍ତ ଚାରିଆଡ଼େ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଦିଲ୍ଲୀର ଜନ୍ତରମନ୍ତର ଠାରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି ।ହାଇଦ୍ରାବାଦରେ ମଧ୍ୟ ଘଟଣାକୁ ନେଇ ଜୋରଦାର ଆନ୍ଦୋଳନ ହୋଇଛି ।ଦେଶବ୍ୟାପୀ ମହିଳାଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।ପାଟନାରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

{"id":192972,"sizeSlug":"large"}

ଗୋଟିଏ ପଟେ ଏହି ଘଟଣାରେ ଅପରାଧୀଙ୍କୁ କଠୋର ଦଣ୍ଡ ପାଇଁ ଦାବି ହେଉଛି ।କିନ୍ତୁ ଅନ୍ୟପଟେ ରାଜସ୍ଥାନର କ୍ୟାବିନେଟ୍‌ ମନ୍ତ୍ରୀ ବିଡି କାଲ୍ଲା ଏକ ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଯେ ସଂସ୍କାରର କମ୍‌ ଯୋଗୁଁ ଦୁଷ୍କର୍ମ ଘଟଣା ବଢୁଛି ।ପିଲାଙ୍କୁ ମୋବାଇଲ୍ ଓ ଇଣ୍ଟରନେଟ୍‌ ଠାରୁ ଦୂରେଇ ରଖିଲେ ଦୁଷ୍କର୍ମ ଘଟଣାକୁ ରୋକା ଯାଇପାରିବ । ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଏକ ବୟାନକୁ ନେଇ ମଧ୍ୟ ଉଠିଛି ବୋବାଲ। ସେ ମଧ୍ୟ ଝିଅମାନଙ୍କର ରାତିରେ ଯାଆସ ଉପରେ ପ୍ରଶ୍ନ ଉଠାଇଛନ୍ତି…

{"id":192973,"sizeSlug":"large"}

ଦିଲ୍ଲୀ ନିର୍ଭୟା କାଣ୍ଡ ବେଳେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।ମହିଳାଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆସିବା ସହିତ ଫାଷ୍ଟଟ୍ରାକ୍‌ କୋର୍ଟ ବ୍ୟବସ୍ଥା କରାଯାଇଥିଲା ।ହେଲେ ଏବେ ପୁଣି ସେହି ଘଟଣାର ପୁନାରବୃତ୍ତି ଏପରି ଘଟଣାକୁ କିପରି ରୋକାଯାଇପାରିବ ସେ ନେଇ ବଡ଼ ବିତର୍କର ଆହ୍ବାନ ଦେଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.