ହାଇଦ୍ରାବାଦର ମହିଳା ଡାକ୍ତରଙ୍କ ଦୁଷ୍କର୍ମର ଚିତ୍ର ଦେଖିବାକୁ ଇଣ୍ଟରନେଟ୍‌ରେ ୮୦ ଲକ୍ଷରୁ ଅଧିକ ସର୍ଚ୍ଚ - ଆଣ୍ଟି ପର୍ଣ୍ଣୋଗ୍ରାଫି ସଂସ୍ଥାର ବଡ ଖୁଲାସା

Published By : Prameya-News7 Bureau | December 02, 2019 IST

ହାଇଦ୍ରାବାଦ୨/୧୨: ଯେତେବେଳେ ହାଇଦ୍ରାବାଦ ଡାକ୍ତର ଦୁଷ୍କର୍ମ ଓ ହତ୍ୟାକାଣ୍ଡ ସାରା ଦେଶକୁ ହୁଲସ୍ତୁଲ କରିଛନ୍ତି । ଏହି ସମୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ନେଟ୍  ଦୁନିଆରେ ସବୁଠାରୁ ବଡ଼ ସର୍ଚ୍ଚ ହୋଇଛି ହାଇଦ୍ରାବାଦର ସେହି ଲୋମ ହର୍ଷଣକାରୀ ଘଟଣା। ଲୋକେ ସେହି ଦୁଷ୍କର୍ମର ଚିତ୍ର ଦେଖିବା ଲାଗି ଉତ୍କଣ୍ଠା ପ୍ରକାଶ କରୁଛନ୍ତି।

{"id":192893,"sizeSlug":"large"}

ବିଶେଷ କରି ପର୍ଣ୍ଣ ସାଇଟଗୁଡ଼ିକରେ ଏହି ଘଟଣାର ସର୍ଚ୍ଚ ଅହେତୁକ ବୃଦ୍ଧି ପାଇଛି। ନେଟ ଦୁନିଆର ଟପ୍  ହଣ୍ଡ୍ରେଡ଼ ପର୍ଣ୍ଣ ସାଇଟ ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ପର୍ଣ୍ଣ ସାଇଟରେ ହାଇଦ୍ରାବାଦ ଘଟଣାର ସର୍ଚ୍ଚ ୮୦ ଲକ୍ଷ ଠାରୁ ଅଧିକ କରାଯାଇଛି। ଯେଉଁଥିରେ ପୀଡ଼ିତାଙ୍କ ନାଁରେ ହିଁ ସର୍ଚ୍ଚ କରାଯାଇଛି ।

{"id":192894,"sizeSlug":"large"}

ଆମେରିକାରେ କାର୍ଯ୍ୟ କରୁଥିବା ଏକ ଆଣ୍ଟି ପର୍ଣ୍ଣୋଗ୍ରାଫି ସଂସ୍ଥା - ଫାଇଟ ଦ ନ୍ୟୁ ଡ୍ରଗ- ଏଭଳି ଏକ ଖୁଲାସା କରିଛି। ପୂର୍ବରୁ ଯେଉଁମାନେ ପର୍ଣ୍ଣସାଇଟ ଦେଖୁଥିଲେ ସେମାନେ ଭାର୍ଚୁଆଲ ଯୌନ ତୃପ୍ତି ପାଇବା ଲାଗି ଏସବୁ ଦେଖୁଥିବା ବିଶ୍ବାସ କରାଯାଉଥିଲା। କିନ୍ତୁ ଲୋକଙ୍କର ମାନସିକତା ଏମିତି ବଦଳିଗଲାଣି ଯେ ସେମାନେ ଏବେ ପର୍ଣ୍ଣ ସାଇଟରେ ଗ୍ୟାଙ୍ଗରେପ ଭଳି ବୀଭତ୍ସ ଦୃଶ୍ୟ ଦେଖି ଆନନ୍ଦ ନେବାକୁ ଚାହୁଁଛନ୍ତି।

{"id":192895,"sizeSlug":"large"}

ଜଣେ ପୀଡ଼ିତାର ଅସହାୟ ଅବସ୍ଥା ଏବଂ ତାଙ୍କୁ ଯେଉଁଭଳି  ନୃଶଂସ ଭାବେ ଦୁଷ୍କର୍ମ କରାଯାଉଛି ଓ ପରେ ତାଙ୍କୁ ହତ୍ୟା କରି ଜାଳି ଦିଆଯାଉଛି। ଏସବୁର ଲାଇଭ ଭିଡିଓ ଲୋକେ ପର୍ଣ୍ଣ ୱେବସାଇଟରୁ ଦେଖିବାକୁ ଉତ୍କଣ୍ଠା ପ୍ରକାଶ କରୁଛନ୍ତି ଖାସ କିଛି କ୍ଷଣର ଆନନ୍ଦ ପାଉଛନ୍ତି। ଏହାଠାରୁ ଆଉ ବିଡ଼ମ୍ବନାର ବିଷୟ କଣ ହୋଇପାରେ।

{"id":192896,"sizeSlug":"large"}
wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.