ହାଇଦ୍ରାବାଦ ଏନକାଉଣ୍ଟର: ପ୍ରତିକ୍ରିୟା ରଖିଲେ ନିର୍ଭୟାଙ୍କ ମା’- କହିଲେ ପ୍ରତିଦିନ ଟିଭି ପରଦାରେ…
6/12/2019 at 2:58 PM

ହାଇଦ୍ରାବାଦ୬/୧୨: ହାଇଦ୍ରାବାଦର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି। ତେଲେଙ୍ଗାନା ପୋଲିସର ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଦେଶବାସୀ ସ୍ବାଗତ ଜଣାଇଛନ୍ତି। ଅଭିଯୁକ୍ତମାନେ ଖସି ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣାରେ ଦେଶର ସବୁ ବର୍ଗ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି ସମୟରେ ୭ ବର୍ଷ ତଳେ ଗଣଦୁଷ୍କର୍ମରେ ଶିକାର ହୋଇଥିବା ନିର୍ଭୟାଙ୍କ ମାଆଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ନିର୍ଭୟାଙ୍କ ମା’ ଆଶା ଦେବୀ ତେଲେଙ୍ଗାନା ପୋଲିସର ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ ଜଣାଇଛନ୍ତି। ଆଶା ଦେବୀ କହିଛନ୍ତି ଯେ ପ୍ରତିଦିନ ଟିଭି ପରଦାରେ ଅଭିଯୁକ୍ତଙ୍କ ମୁହଁକୁ ଆଉ ଦେଖିବାକୁ ପଡ଼ିବନି। ହାଇଦ୍ରାବାଦର ପୀଡିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିଛି।
ଏହି ଘଟଣାରେ ତେଲେଙ୍ଗାନା ସରକାର ପୋଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ନୁହେଁ ବୋଲି ଆଶା ଦେବୀ କହିଛନ୍ତି। ଏଥିସହ ନିର୍ଭାୟ ଅଭିଯୁକ୍ତଙ୍କୁ କେବେ ଫାଶି ଦିଆଯିବ ବୋଲି ଆଶା ଦେବୀ ପ୍ରଶ୍ନ କରିଛନ୍ତି। ନିର୍ଭାୟଙ୍କ ବାପା କହିଥିଲେ ଯେ ତାଙ୍କ ଇଚ୍ଛା ନିର୍ଭୟାଙ୍କ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ।।