Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆଇପିଏଲ ଉପରେ କରୋନା ଗ୍ରହଣ ! ଏହି ଦୁଇ ଷ୍ଟାର ଖେଳାଳି ଛାଡି ପାରନ୍ତି ଭାରତ

27/04/2021 at 8:11 PM

ନୂଆଦିଲ୍ଲୀ ୨୭।୦୪: ଘାତକ କରୋନାର ଦ୍ଵିତୀୟ ଲହରରେ ଭାରତର ସ୍ଥିତି ଅଣାୟତ୍ତ ହୋଇ ପଡିଛି। ଏହାର ପ୍ରଭାବ ଆଇପିଏଲ୍ ଉପରେ ମଧ୍ୟ ପଡିଛି। ସ୍ଥିତି ବିଗୁଡୁଥିବା ଦେଖି ଅନେକ ଖେଳାଳି ଆଇପିଏଲ୍‌ ଅଧାରୁ ଓହରି ଯାଇଛନ୍ତି। ଏବେ ପୁଣି ଖବର ଆସୁଛି ଯେ, ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ଓ ଦିଲ୍ଲୀ କ୍ୟାପିଟାଲସର ଖେଳାଳି ଷ୍ଟିଭ୍ ସ୍ମିଥ୍‌ଙ୍କ ସହିତ ଅନେକ ଅଷ୍ଟ୍ରେଲିଆ ଖେଳାଳି ଶୀଘ୍ର ଅଷ୍ଟ୍ରେଲିଆ ଫେରିପାରନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସ୍ ଭାରତ ସହ ଉଡାଣ ମେ ୧୫ ପର୍ଯ୍ୟନ୍ତ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ଯଦି ଦୁଇ ପ୍ରମୁଖ ଖେଳାଳି ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରନ୍ତି ତେବେ ଆଇପିଏଲ୍ ପାଇଁ ଏହା ବହୁତ ବଡ ଝଟକା ହେବ।

ଅନେକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଡେଭିଡ୍ ଓ୍ଵାର୍ଣ୍ଣର ଏବଂ ଷ୍ଟିଭ୍ ସ୍ମିଥ୍‌ଙ୍କ ସହିତ ଅନେକ ପ୍ରମୁଖ ଖେଳାଳି ସୀମା ବନ୍ଦ ହୋଇଯିବା ପୂର୍ବରୁ ସ୍ଵଦେଶ ଫେରି ଯିବାକୁ ଚିନ୍ତା କରୁଛନ୍ତି। ଅଷ୍ଟ୍ରେଲିଆର ୩୦ ଖେଳାଳି, କୋଚ୍ ଏବଂ ଭାଷ୍ୟକାର ଅଛନ୍ତି, ଯେଉଁମାନେ ସ୍ଵଭାବିକ ଭାବେ ଭାରତରୁ ଫେରି ଯିବାକୁ ଉତ୍ସୁକ ଥିବା କୁହାଯାଉଛି।

ଆଇପିଏଲ୍ ୨୦୨୧ରେ ଅଷ୍ଟ୍ରେଲିଆର ୧୭ ଖେଳାଳି ଭାଗ ନେଇଛନ୍ତି। ସେଥିରୁ ତିନି ଜଣ ଆଣ୍ଟ୍ର୍ୟୁ ଟାଇ, କେନ ରିଚାର୍ଡସନ ଓ ଆଡମ ଜାମ୍ପା ପୂର୍ବରୁ ଆଇପିଏଲରୁ ଓହରି ସାରିଛନ୍ତି। ରିକି ପଣ୍ଟିଂ(ଦିଲ୍ଲୀ କ୍ୟାପିଟାଲ୍ସ), ଡେଭିଡ୍ ହସି(କେକେଆର) ଓ ସାଇମନ କାଟିଚ୍(ଆରସିବି)ର କୋଚିଂ ଦାୟିତ୍ଵରେ ଅଛନ୍ତି। ଏଥିସହ ଭାଷ୍ୟକାର ଭାବେ ବ୍ରେଟ ଲି, ମାଇକେଲ ଷ୍ଟେଲର ଓ ମେଥ୍ୟୁ  ହେଡେନ ମଧ୍ୟ ଭାରତରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଚାର୍ଟର୍ଡ ବିମାନରେ ଫେରାଇ ନେବାକୁ ବିଚାର ବିମର୍ଶ ଚାଲିଛି।

ଅନ୍ୟପଟେ ବିସିସିଆଇ ସ୍ପଷ୍ଟ କରି ଦେଇଛି ଯେ, ସମସ୍ତ ବିଦେଶୀ ଖେଳାଳିଙ୍କୁ ସେମାନଙ୍କର ଦେଶରେ ପହଞ୍ଚାଇବା ପାଇଁ ପ୍ରତିବଦ୍ଧ। ଏଥିପାଇଁ ସମ୍ବନ୍ଧିତ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି।

   Related Posts