ଅଷ୍ଟ୍ରେଲିଆର ସର୍ବୋଚ୍ଚ ପର୍ବତଶୃଙ୍ଗ ଆରୋହଣ କଲେ ୮ ବର୍ଷର ବାଳକ

Published By : Prameya-News7 Bureau | December 23, 2018 IST

ହାଇଦ୍ରାବାଦ ୨୩|୧୨: ହାଇଦ୍ରାବାଦର ଜଣେ ବାଳକ ଅଷ୍ଟ୍ରେଲିଆର ସର୍ବୋଚ୍ଚ ପର୍ବତ ଶୃଙ୍ଗ ‘ମାଉଣ୍ଟ୍‌ କୋସିୟୁସ୍‌ଜ୍‌କୋ’ ଆରୋହଣ କରି ରେକର୍ଡ ସୃଷ୍ଟି କରିଛନ୍ତି। ୮ ବର୍ଷର ବାଳକ ସୋମନ୍ୟୁ ପୋଥୁରାଜୁ ଏହି ରେକର୍ଡ କରିଛନ୍ତି । ସେ ଏତେ କମ୍ ବୟସରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୪ଟି ପାହାଡ ଶିଖରରେ ପହଞ୍ଚିଥିବା ସୋମନ୍ୟୁ ଏବେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ପର୍ବତ ଶୃଙ୍ଗ ‘ମାଉଣ୍ଟ୍‌ କୋସିୟୁସ୍‌ଜ୍‌କୋ’ ଆରୋହଣ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

{"id":66446}

ସୋମନ୍ୟୁ ଡିସେମ୍ବର ୧୨ ତାରିଖ ଦିନ ଏହି ସଫଳତା ହାସଲ କରିଛନ୍ତି। ସେ ତାଙ୍କ ମାଆ ଲାବନ୍ୟା ଓ ଭଉଣୀଙ୍କ ସମେତ ପାଞ୍ଚଜଣିଆ ଟିମ୍ ସହ ଅଭିଯାନରେ ବାହାରିଥିଲେ । ନିଜ ନାଁରେ ଏହି ନୂଆ ରେକର୍ଡ ଯୋଡିଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି ସୋମନ୍ୟୁ । ଏବେପର୍ଯ୍ୟନ୍ତ ସେ ଚାରୋଟି ପର୍ବତ ଆରୋହଣ କରିସାରିଲେଣି ଏବେ ତାଙ୍କର ଯୋଜନା ମାଉଣ୍ଟ ଫୁଜି ଚଢିବାର ରହିଛି ବୋଲି ସେ କହିଛନ୍ତି । ସୋମନ୍ୟୁ ବଡ ହୋଇ ଭାରତୀୟ ବାୟୁସେନାରେ ସାମିଲ ହେବେ ବୋଲି କହିଛନ୍ତି ।

{"id":66447}

ସୋମନ୍ୟୁ ଚଳିତବର୍ଷ ଅପ୍ରେଲରେ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ତାଞ୍ଜାନିଆର କିଲିମଞ୍ଜାରୋ ପର୍ବତ ଆହୋରଣ କରି ସଫଳତା ପାଇଥିଲେ । ସମୁଦ୍ର ପତ୍ତନଠାରୁ ୫,୮୯୫ ମିଟର୍ ଉର୍ଦ୍ଧ୍ବରେ ଅପ୍ରେଲ ୨ତାରିଖରେ ତ୍ରିରଙ୍ଗା ପତାକା ଉଡାଇଥିଲେ । ସେତେବେଳେ ମଧ୍ୟ ତାଙ୍କ ମାଆ ଏବଂ କୋଚ୍ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.