ହାଇଦ୍ରାବାଦର ନାଁ ପରିବର୍ତ୍ତନ କରି ଭାଗ୍ୟନଗର ରଖାଯିବ !

Published By : Prameya-News7 Bureau | November 09, 2018 IST

ହାଇଦ୍ରାବାଦ ୯/୧୧ : ଡିସେମ୍ବର ୭ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ | ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି କହିଛି ଯେ, ତେଲେଙ୍ଗାନାରେ ଯଦି ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସେ ତାହେଲେ ହାଇଦ୍ରାବାଦର ନାଁ ପରିବର୍ତ୍ତନ କରି ଭାଗ୍ୟନଗର ରଖାଯିବ | ଷୋଡଶ ଶତାବ୍ଦୀ ପୂର୍ବରୁ ହାଇଦ୍ରାବାଦର ନାଁ ଭାଗ୍ୟନଗର ଥିଲା ବୋଲି ଭାରତୀୟ ଜନତା ପାର୍ଟିର ନେତା ରାଜା ସିଂ କହିଛନ୍ତି | କ୍ଷମତାକୁ ଆସିଲେ ଭାରତୀୟ ଜନତା ପାର୍ଟିର ପ୍ରଥମ ଲକ୍ଷ ବିକାଶ ହେବ | ଏଥିସହ ହାଇଦ୍ରାବାଦ, ସିକନ୍ଦରାବାଦ, କରିମନଗର ଆଦି ବିଭିନ୍ନ ସହରର ନାଁ ପରିବର୍ତ୍ତନ କରାଯିବ | ଷୋଡଶ ଶତାବ୍ଦୀ ବେଳକୁ ହାଇଦ୍ରାବାଦରେ କୁତୁବୁ ରାଜବଂଶ ଶାସନ କରୁଥିଲେ | ସେମାନେ ବର୍ତ୍ତମାନର ହାଇଦ୍ରାବାଦ କୁହାଯାଉଥିବା ଅଂଚଳକୁ ଭାଗ୍ୟନଗର ବୋଲି ନାମିତ କରିଥିଲେ | ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଆଲାହାବାଦର ନାଁ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି | ସେହିଭଳି ମୋଗଲସରାୟ ରେଳ ଷ୍ଟେସନର ନାଁ ପରିବର୍ତ୍ତନ କରି ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ନାମରେ ନାମିତ କରିଛନ୍ତି | ସେହିଭଳି ମିର୍ଜାପୁରର ଜିଲ୍ଲାର ନାମ ପରିବର୍ତ୍ତନ କରି ଅଯୋଧ୍ୟା କରିଛନ୍ତି | ଅପାରପକ୍ଷରେ ଗୁଜରାଟ ସରକାର ମଧ୍ୟ ଅହମଦାବାଦର ନାଁ ପରିବର୍ତ୍ତନ କରି 'କର୍ଣ୍ଣାବତୀ' କରିବାକୁ ମନସ୍ଥ କରିଛନ୍ତି | ପୂର୍ବରୁ ବମ୍ବେର ନାଁ ପରିବର୍ତ୍ତନ କରି ମୁମ୍ବାଇ କରାଯାଇଥିବା ବେଳେ ମାଡ୍ରାସର ନାଁ ପରିବର୍ତ୍ତନ କରି ଚେନ୍ନାଇ କରାଯାଇଛି | ସେହିଭଳି କାଲକଟାର ନାଁ ପରିବର୍ତ୍ତନ କରି କୋଲକାତା ଏବଂ ବାଙ୍ଗାଲୋରର ନାଁ ପରିବର୍ତ୍ତନ କରି ବାଙ୍ଗାଲୁରୁ ରଖାଯାଇଥିବା ନଜିର ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.