ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ

Published By : Prameya-News7 Bureau | April 17, 2021 IST

କଟକ ୧୭।୦୪ : ଅଡୁଆରେ ପୁଣି ହାଇଦର । କରୋନାରେ ଆକ୍ରାନ୍ତ ହେଲା ଗ୍ୟାଙ୍ଗଷ୍ଟର ହାଇଦର । କୋର୍ଟ ଚାଲାଣ ପୂର୍ବରୁ ହାଇଦର କରାଯାଇଥିଲା କରୋନା ଟେଷ୍ଟ । ଯାହାର ରିପୋର୍ଟ ଏବେ ପଜିଟିଭ୍‌ ଆସିଛି । ଯାହାକୁ ନେଇ ବର୍ତ୍ତମାନ ଅଡୁଆରେ ପୋଲିସ ।

ଖବର ଅନୁଯାୟୀ, କିଛି ଦିନ ତଳେ କଟକ ଏସ୍‌ସିବିରୁ ଚମ୍ପଟ ମାରିଥିଲା ଗ୍ୟାଙ୍ଗଷ୍ଟାର ହାଇଦର । କମିଶନରେଟ୍‌ ପୋଲିସର ଅକ୍ଲାନ୍ତ ପରିଶ୍ରମ ଏବଂ ପ୍ରାୟ ୫ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ତେଲେଙ୍ଗାନା ପୋଲିସର ସହାୟତାରେ ହାଇଦରକୁ ଗିରଫ କରିଥିଲା  ପୋଲିସ । ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହାଇଦରକୁ ଓଡିଶା ଅଣାଯାଇଥିଲା ।

ତେବେ କୋର୍ଟକୁ ନେବା ପୂର୍ବରୁ ହାଇଦରର କରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ଏବେ ପଜିଟିଭ୍‌ ଆସିଛି ।  ହାଇଦରର କରୋନା ଟେଷ୍ଟ ପଜିଟିଭ୍ ଆସିଥିବା ନେଇ ଡିସିପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.