Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଏନ୍‌କାଉଣ୍ଟରରେ ହାଇଦର ମୃତ, ଖସି ପଳାଇବାକୁ ଉଦ୍ୟମ ବେଳେ ପୋଲିସ୍‌ ଚଳାଇଥିଲା ଗୁଳି

24/07/2021 at 6:03 PM

ଭୁବନେଶ୍ୱର, ୨୪/୦୭: ଏନ୍‌କାଉଣ୍ଟରରେ ହାଇଦର ମୃତ ।  ଗ୍ୟାଙ୍ଗଷ୍ଟାର ହାଇଦରକୁ ଆଜି ଏନ୍‌କାଉଣ୍ଟର୍‌ କରିଥିଲା ପୋଲିସ୍‌ । ଏଥିରେ ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା ।  ହାଇଦର୍‌କୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ନେଉଥିବା ସମୟରେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା । ବାଲେଶ୍ୱର- ବାରିପଦା ରାସ୍ତାରେ ଏପରି ଘଟଣା ଘଟିଥିଲା । ଖସି ଯାଉଥିବା ସମୟରେ ପୋଲିସ୍‌ ତା ଉପରକୁ ଗୁଳି ଚଳାଇଥିଲା । ଏଥିରେ ସେ ଆହାତ ହୋଇଥିବା ଜଣାପଡ଼ିଥିଲା । ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ବାଲେଶ୍ୱର ସିମୁଳିଆ ନିକଟରେ ଏହି ଏନ୍‌କାଉଣ୍ଟର କରିଥିଲା ପୋଲିସ୍‌ । ସୁରକ୍ଷା ଦୃଷ୍ଟିରୁ ତାକୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ସେ ରାସ୍ତାରେ ପରିଶ୍ରା କରିବା ପାଇଁ କହିଥିଲା । ଏହି ସମୟରେ ସେ ଗାଡ଼ିରେ ଥିବା ପୋଲିସ୍‌ଙ୍କ ଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଚେଷ୍ଟା କରୁଥିବା କଟକ-ଭୁବନେଶ୍ୱର ପୋଲିିସ୍‌ କମିଶନର୍‌ ସୂଚନା ଦେଇଥିଲେ । ତାକୁ ଧରିବା ପାଇଁ ପୋଲସ୍‌ ବାଧ୍ୟ ହୋଇ ତା ଉପରେ ଗୁଳିଚାଳନା କରିଥିଲା । ଏଥିରେ ସେ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପାଇଁ ହାଇଦରକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଥରେ ହାଇଦର୍‌ ପୋଲିସ୍‌କୁ ଚକ୍‌ମା ଦେଇ ଖସି ପଳାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରୁ ଗତ ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ କମିସନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ତେଲେଙ୍ଗାନାରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା । ହାଇଦରକୁ ଓଡିଶା ଅଣାଯାଇ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । JMFC କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଏହା ସହିତ ହାଇଦରକୁ ଫେରାର କରାଇବା ଘଟଣାରେ ଗିରଫ ହୋଇଥିବା ୨ ଯୁବକ ଏବଂ ଜଣେ ଯୁବତୀକୁ ପୋଲିସ ଗିରଫ କରିଥିଲା ।

   Related Posts