Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ହାଇଦର ଏନ୍‌କାଉଣ୍ଟରର ପୋଷ୍ଟମର୍ଟମ : କାହିଁକି ଫୁଟିଲା ଏସକର୍ଟ ଟିମ୍ ବନ୍ଧୁକ, ହାଇଦର କାହାକୁ କରିଥିଲେ ଟାର୍ଗେଟ ?

28/07/2021 at 1:42 PM

ଭୁବନେଶ୍ୱର ୨୮।୦୭: ସବୁକିଛି ଠିକ୍‌ ଥିଲା । ହେଲେ ହଠାତ୍‌ କାହିଁକି ଅନ୍ୟ ଜେଲ୍‌କୁ କରାଯାଉଥିଲା ସ୍ଥାନାନ୍ତର ।  ପୋଲିସ ପାଇଯାଇଥିଲା କି ହାଇଦର ଗୁପ୍ତ ପ୍ଲାନ୍‌ର କିଛି ସୁରାକ ।  କଟକ ଏସ୍‌ସିବି ଘଟଣାର ପୁନରାବୃତ୍ତି ହେବାର ଆଭାସ ପାଇଥିଲା କି ପୋଲିସ । ଯେଉଁଥିପାଇଁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତରଣ କରୁଥିଲା ପୋଲିସ । ନା ଏହା ପଛରେ ଛପି ରହିଛି ଆଉ କିଛି ରହସ୍ୟ । ହଠାତ୍‌ ଗ୍ୟାଙ୍ଗଷ୍ଟରର ସୁରକ୍ଷାରେ ନିୟୋଜିତ ଥିବା ଏସ୍‌କର୍ଟ ଟିମ୍‌ ବନ୍ଧୁକରୁ କାହିଁକି ଫୁଟିଲା ଗୁଳି । ପରିସ୍ରା ଯିବା ବାହାନାରେ ଥିଲା କି ହାଇଦର ଆଉ କିଛି ପ୍ଲାନ୍ । ଯାହାକୁ ଜାଣି ପାରିଥିଲା ଏସକର୍ଟ ଟିମ୍‌ ।

ଖବର ଅନୁଯାୟୀ, ଚୌଦ୍ୱାର ସର୍କଲ୍‌ ଜେଲ୍‌ରୁ ବାରିପଦା ଜେଲ୍‌କୁ ସ୍ଥାନାନ୍ତର କରାଯିବା ବେଳେ ଗ୍ୟାଙ୍ଗ୍‌ଷ୍ଟର୍‌ ସେକ୍‌ ହାଇଦର୍‌କୁ ପୁଲିସ ଏନ୍‌କାଉଣ୍ଟର୍‌ କରିବା ଓ ପୁଲିସ ଗୁଳିରେ ତାର ମୃତ୍ୟୁ ହେବା ଘଟଣାର ତଦନ୍ତ ଏବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କରୁଛି । ଏସକର୍ଟ ପାର୍ଟିର ମୁଖ୍ୟଙ୍କ ଏତଲା ଆଧାରରେ ମାମଲାର ତଦନ୍ତ ଜାରି ରହିଛି । ସୁରକ୍ଷା ଦୃଷ୍ଟିକୋଣରୁ ହାଇଦର୍‌କୁ ଗତ ୨୪ ତାରିଖ ଅପରାହ୍ନରେ କଟକ ପୁଲିସର ଏକ ୧୧ଜଣିଆ ଟିମ୍‌ ବାରିପଦା ଜେଲ୍‌କୁ ନେଇ ଯାଉଥିଲେ । ବାଲେଶ୍ୱର ସିମୁଳିଆ ପାଖରେ ହାଇଦର୍‌ ପରିସ୍ରା କରିବା ପାଇଁ ଗାଡ଼ି ଅଟକାଇ ଜଣେ ସୁରକ୍ଷା କର୍ମୀଙ୍କ ହାତରୁ ଏକେ ୪୭ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଉଦ୍ୟମ କଲା ବେଳେ ପୁଲିସ ଏନ୍‌କାଉଣ୍ଟର୍‌ କରିଥିଲା । ହସ୍ପିଟାଲ୍‌ରେ ହାଇଦର୍‌ର ମୃତ୍ୟୁ ହୋଇଥିଲା ।

ସିମୁଳିଆ ଥାନା ଅଧିକାରୀ ଇନିସପେକ୍ଟର ଜୟନ୍ତ କୁମାର ବେହେରା ନେତୃତ୍ୱରେ ମାମଲାର ତଦନ୍ତ ଜାରି ରହିଛି । ସୁଟ୍‌ଆଉଟ୍‌ ସ୍ପଟ୍‌ରେ ତଦନ୍ତ ଶେଷ ପରେ ଏବେ ସିମୁଳିଆ ଥାନା ପୁଲିସ ଏସ୍‌କର୍ଟ ପାର୍ଟିର ବୟାନ ରେକର୍ଡ କରୁଛନ୍ତି । ଏଥି ସହିତ ଏସ୍‌କର୍ଟ ପାର୍ଟିରେ ସାମିଲ୍‌ ୧୧ ଜଣଙ୍କୁ ପଚରାଉଚରା ମଧ୍ୟ କରାଯାଉଛି । ବାଲାଷ୍ଟିକ୍‌ ଯାଞ୍ଚ୍‌ ନିମନ୍ତେ ଗୁଳି ଫୁଟିଥିବା ଏସ୍‌ଆଇଙ୍କ ସର୍ଭିସ୍‌ ପିସ୍ତଲ୍‌କୁ ସିମୁଳିଆ ଥାନାରେ ଜମା କରାଯାଇଛି । ହାଇଦର୍‌ର ଶରୀରରୁ ବାହାରିଥିବା ଗୁଳିକୁ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି । ପୁଲିସ୍‌ ଏନ୍‌କାଉଣ୍ଟର୍‌ର ତଦନ୍ତ କରୁଛି ପୋଲିସ ।

କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, କ’ଣ ଏପରି ସ୍ଥିତି ଉପୁଜିଲା ଯେ ପୁଲିସକୁ ଗୁଳି ଚଳାଇବାକୁ ପଡ଼ିଲା, ବିଶେଷ କରି ହାଇଦର୍‌ର ପେଟ ଓ ଜଂଘରେ ଗୁଳି ବାଜିଥିବାରୁ ଏସ୍‌ଆଇ ଏପରି ଢଙ୍ଗରେ ଗୁଳି କାହିଁକି ଚଳାଇଲେ, ଏସବୁ ପ୍ରଶ୍ନର ଉତ୍ତର ବୟାନ ଆକାରରେ ରେକର୍ଡ କରାଯାଇଥିବା ସୂଚନା ମିଳିଛି ।

   Related Posts