ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର: କୋର୍ଟରେ ହାଜର ପରେ ରିମାଣ୍ଡରେ ନେଇପାରେ କମିଶନରେଟ୍ ପୋଲିସ

Published By : Prameya-News7 Bureau | April 16, 2021 IST

ଭୁବନେଶ୍ୱର ୧୬/୪ : ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ସେକ୍ ହାଇଦର । ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଇ ଓଡ଼ିଶା ବାହାରକୁ ଖସି ପଳାଇଥିଲା । ଗତକାଲି ତେଲେଙ୍ଗାନ ସଙ୍ଗାରେଡ୍ଡିରୁ ଗିରଫ ପରେ ଆଜି ଓଡ଼ିଶାରେ ଆସି ପହଞ୍ଚିଛି । ତେଲେଙ୍ଗାନାରୁ ସ୍ୱତନ୍ତ୍ର ବିମାନ ଯୋଗେ ତାକୁ ଓଡ଼ିଶା ଅଣାଯାଇଛି । ବିମାନ ବନ୍ଦରରୁ ତାକୁ ସିଧାସଳଖ କଟକ ଅଭମୁଖେ ନିଆଯିଇଥିଲା ।

ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କୋର୍ଟରେ ହାଜର କରାଯିବ । ତେବେ ଆଗକୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି କମିଶନରେଟ୍ ପୋଲିସ । ରିମାଣ୍ଡରେ ଆଣିବା ପରେ କେଉଁଠୁ କେମିତି ଫେରାର ହେଲା ସେ ବିଷୟରେ ସବିଶେଷ ତଥ୍ୟ ମିଳିପାରିବ । ସୂଚନା ଯୋଗ୍ୟ ଯେ ଗତ ୧୦ ତାରିଖରେ ସେ ଏସସିବିରୁ ଚିକିତ୍ସା ବେଳେ ଫେରାର୍ ହୋଇଯାଇଥିଲା ଗ୍ୟାଙ୍ଗଷ୍ଟର । ତେଲେଙ୍ଗାନା ପୋଲିସ ସହାୟତାରେ କମିଶନରେଟ ପୋଲିସ ଗୁରୁବାର ସନ୍ଧ୍ୟାରେ ହାଇଦରକୁ କାବୁ କରିଥିଲା । ମୋଟର ସାଇକେଲରେ ସେ ଯାଉଥିବା ବେଳେ ପୋଲିସ ତାକୁ ପିଛା କରିଥିଲା । ଶେଷରେ ହାଇଦରକୁ କାବୁ କରିବାରେ ସଫଳ ହୋଇଥିଲା ପୋଳିସ । ତାକୁ  ଧରିବା ପାଇଁ କଟକ ସିଟି ପୋଲିସର ଦୁଇଟି ଟିମ ତେଲେଙ୍ଗାନା ଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.