Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସେନା ସାମ୍ନାରେ ନୂଆ ଆହ୍ବାନ, ‘ହାଇବ୍ରିଡ୍‌’ ଆତଙ୍କବାଦୀ ଆକ୍ରମଣ ପାଇଁ ହେଉଛନ୍ତି ପ୍ରସ୍ତୁତ

4/07/2021 at 7:44 PM

ଶ୍ରୀନଗର ୪/୦୭: କାଶ୍ମୀରରେ ଏବେ ସେନାକୁ ନୂଆ ନୂଆ ଆହ୍ବାନ ସହ ମୁକାବିଲା କରିବାକୁ ପଡ଼ୁଛି । ସେନା ମୁଖ୍ୟଙ୍କ ମତରେ ଅନୁପ୍ରବେଶ କମିଛି ସତ କିନ୍ତୁ ଆତଙ୍କବାଦୀ ଅଭିନବ ଉପାୟରେ ସୁରକ୍ଷା କାନ୍ଥ ଭେଦିବାକୁ ଚେଷ୍ଟା କରୁଛନ୍ତି। କେତେବେଳେ ଭାରତ ଆକାଶରେ ଆତଙ୍କବାଦୀଙ୍କ ଡ୍ରୋନ୍‌ ଉଡ଼ୁଛି ତ କେତେବେଳେ ସୁରକ୍ଷାବଳଙ୍କ ଧ୍ୟାନ ହଟାଇବାକୁ ରଚାଯାଉଛି ନୂଆ ଚାଲ। ଏବେ ପୁଣି ଏକ ଆହ୍ବାନର ସାମ୍ନା କରୁଛନ୍ତି ଭାରତୀୟ ସେନା । ଘାଟିରେ ଏବେ ‘ହାଇବ୍ରିଡ୍‌’ ଆତଙ୍କବାଦୀଙ୍କ ଉପସ୍ଥିତି ସେନାର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସେମାନେ ପେଶଓ୍ବାରର ଆତଙ୍କବାଦୀ ହୋଇନଥିବା ବେଳେ  ସେମାନଙ୍କ ସମ୍ପର୍କରେ ସୁରକ୍ଷବଳଙ୍କ ପାଖରେ ପ୍ରଯ୍ୟାପ୍ତ ସୂଚନା ନାହିଁ। ହାଇବ୍ରିଡ୍‌ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ରହୁଥିବା ବେଳେ କାର୍ଯ୍ୟ ସରିଲେ ସେମାନେ ନିୟମିତ ଜୀବନଶୈଳୀକୁ ଫେରିପାରନ୍ତି। ତେଣୁ ସେମାନଙ୍କୁ ଚିହ୍ନିବା ବା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସେନା ପକ୍ଷରେ ସମ୍ଭବପର ନୁହେଁ। କିଛି ସପ୍ତାହ ହେଲା ଶ୍ରୀନଗର ସହର ସମେତ ଘାଟିରେ ଥିବା ସଫ୍ଟ ଟାର୍ଗେଟ ଉପରେ ଆତଙ୍କବାଦୀ ଆକ୍ରମଣ ବଢ଼ିଥିବା ନେଇ ସେନା ପକ୍ଷରୁ କୁହାଯାଇଥିବା ନେ​ଇ ପିଟିଆଇରେ ଖବର ପ୍ରକାଶ ପାଇଛି।

ଏହି ସବୁ ଆକ୍ରମଣକୁ ଏମିତି ସବୁ ଯୁବକମାନଙ୍କ ଦ୍ବାରା କରାଯାଇଛି ସେମାନଙ୍କ ନାଁରେ ସେନା ରେକର୍ଡରେ କୌଣସି ଅପରାଧିକ ମାମଲା ନାହିଁ। ଏହି ସବୁ ହାଇବ୍ରିଡ୍‌ ବା ଭଡ଼ାଟିଆ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସେନା ପାଇଁ ଆହ୍ବାନ ରୂପେ ଉଭା ହୋଇଛି। ଦ୍ବାରା ସମ୍ନାରେ ଛିଡ଼ା ହୋଇଥିବା ଜଣେ ସାଧାସିଧା ଯୁବକଙ୍କ ପରି ହୋଇଥାନ୍ତି ହାଇବ୍ରିଡ୍‌ ଆତଙ୍କବାଦୀ। ହାଇବ୍ରିଡ୍‌ ଆତଙ୍କବାଦୀ ଆକ୍ରମଣ କରିବା ପରେ ପୁଣି ବାସ୍ତବିକ୍‌ ଜୀବନକୁ ଫେରିବା ସହ ପୁଣି ନିଜ ମାଲିକର ହୁକୁମକୁ ଅପେକ୍ଷା କରେ। ତେବେ ଏଭଳି ନୂଆ ଟ୍ରେଣ୍ଡ ପଛରେ ପାକିସ୍ତାନ ଏବଂ ଆଇଏସଆଇର ହାତ ରହିଛି ବୋଲି ସେନା ଅଧିକାରୀ କହିଛନ୍ତି ।

   Related Posts