ୟେମେନ୍‌ର ମାରିବ୍‌ରେ ମିଶାଇଲ୍‌ ମାଡ଼ କଲେ ହୁଥି ବିଦ୍ରୋହୀ, ୫ ମୃତ, ୩୦ରୁ ଅଧିକ ଆହତ

Published By : Prameya-News7 Bureau | January 28, 2022 IST

ଆଡେନ୍‌, ୨୮/୦୧: ୟେମେନ୍‌ରେ ଲାଗି ରହିଥିବା ଗୃହ ଯୁଦ୍ଧ ଧିରେ ଧିରେ କୁହୁଳିବାରେ ଲାଗିଛି । ହୁଥି ବିଦ୍ରୋହୀ ଏବଂ ୟେମେନ୍‌ ସରକାରଙ୍କ ମ୍ଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି । ଯାହାର ପରିଣାମ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ୁଛି । ଏହାରି ମଧ୍ୟରେ ହୁଥି ବିଦ୍ରୋହୀଙ୍କ ପକ୍ଷରୁ ମାରିବ୍‌ ସିଟିରେ ମିଶାଇଲ୍‌ ମାଡ଼ କରାଯାଇଥିବା ଜଣାପଡ଼ିଛି । ବୁଧବାର ରାତ୍ରିରେ ହୋଇଥିବା ମିଶାଇଲ୍‌ ମାଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୩୪ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ୟେମେନ୍‌ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାର ୟେମେନ୍‌ର ଷ୍ଟେଟ୍‌ ନ୍ୟୁଜ୍‌ ଏଜେନ୍ସି ସାବା ଏନେଇ ରିପୋର୍ଟ ପ୍ରକାଶ କରିଛି । ସ୍ଥାନୀୟ  ବାସିନ୍ଦା ଏବଂ ମେଡିକାଲ୍‌ ପକ୍ଷରୁ କୁହାଯାଇଛି ଯେ, ବୁଧବାର ଏକ ମିଶାଇଲ୍‌ ଅଲ୍‌-ମାଟାର୍‌ ମିଲିଟାରୀ ବିଲ୍ଡିଂର ପାଖାପାଖି ମାଡ଼ ହୋଇଥିଲା । ମାରିବ୍‌ ସିଟି ୟେମେନ୍‌ ସରକାରଙ୍କ ଦକ୍ଷିଣରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏହି ସହର ଶକ୍ତି ସମ୍ୱଳ ପ୍ରଦାନ କରୁଥିବା ଅଞ୍ଚଳ । ଯାହାକୁ ନେଇ ଗତ ବର୍ଷ ଠାରୁ ଆକ୍ରମଣ କରିବାରେ ଲାଗିଛନ୍ତି ହୁଥି ବିଦ୍ରୋହୀ ।

ୟେମେନ୍‌ ସରକାର ଏବଂ ହୁଥି ବିଦ୍ରୋହୀଙ୍କ ମଧ୍ୟରେ ଅସ୍ତ୍ର ବିରତି ପାଇଁ ଜାତିସଂଘ  ପ୍ରୟାସ ଚଳାଇଥିବା ବେଳେ ଏଭିଳି ଆକ୍ରମଣ ଏହି ଉଦ୍ୟମରେ ବାଧା ପହଞ୍ଚାଉଛି । ଫଳରେ ଉଭୟ ପକ୍ଷ ସାମରିକ କାର୍ଯ୍ୟ କଳାପ ବୃଦ୍ଧି କରୁଛନ୍ତି । ତେବେ ସହାୟତା ପ୍ରଦାନ କରୁଥିବା ଏକ ଏଜେନ୍ସି କହିଛି ଯେ ୟେମେନ୍‌ରେ ଚାଲିଥିବା ଏହି ଯୁଦ୍ଧରେ ୨୮ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିବା ବେଳେ ଆନ୍ତର୍ଜାତିକ କଟକଣାକୁ ଏଠି ସମସ୍ତେ ବେଖାତିର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.