Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

Howdy Modi : ହଷ୍ଟନରେ ଏକଜୁଟ୍ ହୋଇଛି ପୁରା ଭାରତ, ଭାଙ୍ଗଡା ଓ ଗରବାର ଜମିଛି ସାଂସ୍କୃତିକ ଆସର

22/09/2019 at 9:07 PM

ହଷ୍ଟନ : ଆମେରିକା ଟେକ୍ସାସ ରାଜ୍ୟର ହଷ୍ଟନ ସହର ଏବେ ଉତ୍ସବ ମୁଖର। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ଲାଗି ଏନଆରଜି ଷ୍ଟାଡିୟମରେ ଭାରତ ସହ ଏକଜୁଟ ହୋଇଛି ପୁରା ଆମେରିକା। ଅନୁଷ୍ଠିତ ହେଉଛି ‘ହାୱଡି ମୋଦି’ କାର୍ଯ୍ୟକ୍ରମ। ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମଧ୍ୟ ଯୋଗଦେବେ। ଆଉ ମାତ୍ର କିଛିକ୍ଷଣ ପରେ ପହଞ୍ଚିବେ ଉଭୟ ନେତା। ହେଲେ ପୂର୍ବରୁ ଆରମ୍ଭ ହୋଇଗଲାଣି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଯେଉଁଥିରେ ଝଲସୁଛି ଭାରତୀୟ ସଂସ୍କୃତିର ଝଲକ।

ଇଣ୍ଡିଆନ ଆମେରିକାନ କମ୍ୟୁନିଟି ଉଭୟ ରାଷ୍ଟ୍ରମୁଖ୍ୟଙ୍କ ସ୍ୱାଗତ ଲାଗି ପୁରା ଦମରେ ଲାଗିପଡିଛି। ଭାରତୀୟ ଉଚ୍ଚ ସାଂସ୍କୃତିକ ପରମ୍ପରା ଓଡିଶୀରୁ ଆରମ୍ଭ କରି ଭାଙ୍ଗଡା ଓ ଗରବାରେ ଦୁଲୁକୁଛି ଷ୍ଟାଡିୟମ । ଯାହାର ଖୁବ୍ ମଜା ନେଉଛନ୍ତି ହଷ୍ଟନବାସୀ । କେବଳ ପୋପଙ୍କ ଆଗମନ ଆମେରିକାରେ ଉତ୍ସବର ମହୋଲ ସୃଷ୍ଟି ହୁଏ। ତେବେ ଏଥର ମୋଦିଙ୍କ ଆଗମନରେ ସେହି ଉତ୍ସାହ ପରିଲକ୍ଷିତ ହେଉଥିବା ବେଳେ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଆମେରିକୀୟ ରାଷ୍ଟ୍ରପତିଙ୍କ ଆବେଗ ତାଙ୍କ ଟ୍ୱିଟ୍ ବାର୍ତ୍ତାରୁ ଅନୁଭବ କରି ହେଉଛି।

ହାୱଡି ମୋଦି କାର୍ଯ୍ୟକ୍ରମରେ ପୁରା ଭାରତ ନିଜକୁ ପ୍ରଦର୍ଶିତ କରୁଛି। ଏଥିରେ ଗୁରୁବାଣୀ ସମେତ ଦକ୍ଷିଣ ଭାରତୀୟ କାର୍ଯ୍ୟକ୍ରମ, ଏକଲା ଚଲୋରେ, ଗୁଜୁରାତି ଗରବା ସମେତ ସବୁ ପ୍ରାନ୍ତର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଛି। ଯେଉଁଥିରୁ ଓଡିଶୀ ବି ବାଦ ପଡିନି। ଏଣୁ ଟେକ୍ସାସ ଲାଗି ରବିବାର ଦିନଟି ଖୁବ ବଡ ଦିନ ବୋଲି ଆମେରିକା ରାଷ୍ଟ୍ରପତି ତାଙ୍କ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି।

   Related Posts