ପାକିସ୍ତାନ ସବୁବେଳେ ଆତଙ୍କବାଦକୁ ସମର୍ଥନ କରିବା ସହ ସୀମାରେ ହିଂସାକାଣ୍ଡ ଘଟାଇଥାଏ ; ପୂର୍ବତନ ପାକ୍ ରାଷ୍ଟ୍ରଦୂତ

Published By : Prameya-News7 Bureau | March 02, 2019 IST

ନୂଆଦିଲ୍ଲୀ 2/3- ପାକିସ୍ତାନ ଆତଙ୍କବାଦର ଫ୍ୟାକଟ୍ରି ଚଳାଇଆସିଛି । ଆତଙ୍କବାଦକୁ ସମର୍ଥନ କରିବା ସହ ହିଂସାକାଣ୍ଡକୁ ମଧ୍ୟ ନିଜ ହେପାଜତରେ ଚଳାଇଆସୁଥିବା କଥା କହିଛନ୍ତି ପୂର୍ବତନ ପାକ୍ ରାଷ୍ଟ୍ରଦୂତ  ।  ଆତଙ୍କବାଦ ପାକିସ୍ତାନେ ଈଶାରାରେ ଚାଲୁଛି , ଜାଣିଶୁଣି ହିଂସାର ରାସ୍ତା ବାଛିନେଉଛି ପାକିସ୍ତାନ ବୋଲି କହିଛନ୍ତି ପାକ୍ ରାଷ୍ଟ୍ରଦୂତ ତଥା ଲେଖକ ହୁସେନ ହକ୍କାନୀ ।

ପାକିସ୍ତାନ ୩ଦଶନ୍ଧି ଧରି ଆତଙ୍କବାଦ ଚଳାଇଆସିଥିବା ନେଇ ବିଶ୍ଵରେ ଚର୍ଚ୍ଚାରେ ରହିଥିବାବେଳେ ପାକିସ୍ତାନ ସବୁବେଳେ ଏହାକୁ ଅସ୍ଵୀକାର କରିଆସିଛି । ଆତଙ୍କବାଦକୁ ସମର୍ଥନଦେବା ସହିତ ଅସ୍ତ୍ରଶସ୍ତ୍ର ଯୋଗାଇବା ଠାରୁ ଆରମ୍ଭ କରି  ଆର୍ଥିକ ସହାୟତା ମଧ୍ୟ ଦେଇଆସୁଛି ।  ଭାରତ ସହିତ ରହିଥିବା ଜନ୍ମଗତ ଶତ୍ରୁତା ପାଇଁ ସବୁବେଳେ ଭାରତକୁ ଆତଙ୍କବାଦୀଙ୍କ ସହାୟତାରେ କ୍ଷତି କରିବାକୁ ଚାହିଁଥିବା କଥା କହିଛନ୍ତି ରାଷ୍ଟ୍ରଦୂତ । କିନ୍ତୁ ବିଶ୍ଵ ଦରବାରରେ ଆତଙ୍କବାଦ ସହିତ କିଛି ହାତ ନାହିଁ ବୋଲି କହି ସଫେଇ ଦେଉଛି ପାକିସ୍ତାନ ।

କିନ୍ତୁ ପାକିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରଦୂତ ତଥା ପ୍ରସିଦ୍ଧ ଲେଖକ ଏହିକଥାକୁ ଅସ୍ଵୀକାର କରି କହିଛନ୍ତି କିଛି ସତକଥା । ସେ କହିଛନ୍ତି, ପାକିସ୍ତାନ ସବୁବେଳେ ଆତଙ୍କବାଦକୁ ସମର୍ଥନକରେ । ସୀମାରେ ଚାଲୁଥିବା ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ସବୁବେଳେ ଦାୟୀ ।  ପାକିସ୍ତାନ ସବୁବେଳେ କାଶ୍ମୀରରେ ହିଂସାତ୍ମକ ଆଚରଣ କରିବା ସହ ସ୍ଥାନୀୟ ଯୁବକଙ୍କୁ ଆତଙ୍କୀ ସଂଗଠନ ସହ ସାମିଲ କରି ଭାରତବିରୋଧି କାର୍ଯ୍ୟ କରୁଛି ବୋଲି କହିଛନ୍ତି ରାଷ୍ଟ୍ରଦୂତ ।

ପାକିସ୍ତାନ ଇଶାରାରେ ପୁଲଓ୍ଵମାରେ ହୋଇଥିଲା ଆତଙ୍କୀ ହମଲା । ଯଦି ପାକିସ୍ତାନ ଏହି ଘଟଣା ସହ ସଂପୃକ୍ତ ନାହିଁ , ତାହେଲେ ମସୁଦକୁ କାହିଁକି ଦେଶରେ ଦେଉଛି ସୁରକ୍ଷା । ଏହି ଘଟଣାପରେ ସୃଷ୍ଟିହୋଇଥିବା ହିଂସାତ୍ମକ ପରିସ୍ଥିତି ପାଇଁ ପାକିସ୍ତାନ ଦାୟୀ ।

ଏହି ବୟାନକୁ ନେଇ ଆର୍ନ୍ତଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଛି । ପାକିସ୍ତାନ ଯେତେ ମିଛ କହିଲେ ବି ଜଳଜଳ ହୋଇ ଦିଶୁଛି ସବୁ କାରନାମା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.