Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ସ୍ତ୍ରୀର ନିଶ୍ବାସ ବନ୍ଦ ନହେବା ଯାଏଁ ଛୁରୀରେ ଭୁଶି ଚାଲିଥିଲା ସଇତାନ ସ୍ବାମୀ, ସିସିଟିଭିରେ ରେକର୍ଡ ହୋଇଥିଲା ସବୁ…

13/07/2019 at 6:11 PM

ପଞ୍ଜାବ୧୩|୭: ସ୍ବାମୀ ସାଜିଲା ସଇତାନ। ଦିନ ଦିପହରେ ସ୍ତ୍ରୀକୁ କଲା ନିର୍ମମ ହତ୍ୟା। ପଞ୍ଜାବ ମୌଗାରେ ରହୁଥିବା ଜ୍ୟୋତି ନିଜ ପରିବାର ବିରୋଧରେ ଯାଇ ପ୍ରେମ ବିବାହ କରିଥିଲେ। ତେବେ ସ୍ବାମୀ ସଞ୍ଜୟ କୁମାର ସବୁବେଳେ ମଦପିଇ ସ୍ତ୍ରୀ ଜ୍ୟୋତିଙ୍କୁ ମାଡ଼ପିଟ କରୁଥିଲା। ସ୍ବାମୀଙ୍କ ନିର୍ଯ୍ୟାତନାରୁ ରକ୍ଷା ପାଇବା ପାଇଁ ନିଜ ବାପଘରକୁ ଚାଲିଯାଇଥିଲେ ଜ୍ୟୋତି।

ହେଲେ ବାପଘରେ ସ୍ତ୍ରୀ ରହିବା ସ୍ବାମୀ ସଞ୍ଜୟଙ୍କୁ ପସନ୍ଦ ନଥିଲା। ଏନେଇ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ବହୁବାର ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଏହି ଘଟଣାକୁ ନେଇ ସ୍ବାମୀ ସଞ୍ଜୟ ହରାଇ ବସିଥିଲା ହିତାହିତ ଜ୍ଞାନ ଆଉ ଘଟାଇଥିଲା ଜଘନ୍ୟକାଣ୍ଡ। ଜ୍ୟୋତିଙ୍କୁ ନିର୍ମମଭାବେ ହତ୍ୟା କରିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିଲା।

ସିସିଟିଭି ଫୁଟେଜ ଆଧାରରେ ପୋଲିସ ସଞ୍ଜୟକୁ ଗିରଫ କରିଛି। ଡିସିପି ପରମଜିତ ସିଂହଙ୍କ କହିବାନୁଯାୟୀ, ଜ୍ୟୋତି ବେଦିନଗର ଜଣେ ଗରିବ ପରିବାର ଝିଅ। ଦଶବର୍ଷ ପୂର୍ବରୁ ନିଜ ପରିବାରର ଅନିଚ୍ଛା ସତ୍ତ୍ବେ ଉତ୍ତର ପ୍ରଦେଶର ସଞ୍ଜୟ କୁମାରଙ୍କୁ ପ୍ରେମବିବାହ କରିଥିଲେ। ଭଡ଼ାଘରେ ସ୍ବାମୀ ଓ ସ୍ତ୍ରୀ ବେଶ କିଛିଦିନ ଖୁସିରେ ଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କର  ଗୋଟେ ପୁଅ ଓ ଝିଅ ହୋଇଥିଲା।  ଜ୍ୟୋତିଙ୍କ ସ୍ବାମୀ ଧୀରେ ମଦପିଇବା ଆରମ୍ଭ କରିବା ସହିତ ସ୍ତ୍ରୀଙ୍କୁ ମଧ୍ୟ ମାଡ଼ପିଟ କରୁଥିଲେ। ପାଞ୍ଚମାସ ତଳେ ଜ୍ୟୋତି ଦୁଇ ପିଲାଙ୍କୁ ଧରି ବେଦୀନଗରରେ ଥିବା ନିଜ ବାପାଙ୍କ ଘରୁକୁ ଚାଲିଯାଇଥିଲେ।

ସେହି ବେଦିନଗର ପାଞ୍ଚନମ୍ବର ଗଳିରେ ରହୁଥିଲେ ସ୍ବାମୀ ସଞ୍ଜୟ। ନିଜ ପତ୍ନୀଙ୍କୁ ମରିବା ପାଇଁ ଆରମ୍ଭ କରିଥିଲେ ଷଡ଼ଯନ୍ତ୍ର। ଶୁକ୍ରବାର ସକାଳେ ଦୁଇ ପିଲାଙ୍କୁ ସରକାରୀ ସ୍କୁଲରେ ଛାଡ଼ିକି ଆସିବା ସମୟରେ ଗୁରୁଦ୍ବାରା ସାହିବ ନିକଟରେ ସଞ୍ଜୟ ଛୁରୀରେ ଜ୍ୟୋତିଙ୍କ ଗଳାକୁ ବାରମ୍ବାର ଚୋଟ ମାରିଥିଲା। ଯେପର୍ଯ୍ୟନ୍ତ ଜ୍ୟୋତିଙ୍କ ନିଶ୍ବାସ ବନ୍ଧ ହୋଇନଥିଲା, ସେପର୍ଯ୍ୟନ୍ତ ସଇତାନ ସ୍ବାମୀ ତାଙ୍କୁ ଚୋଟ ପରେ ଚୋଟ ମରି ଚାଲିଥିଲା। ଏହି ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଥିଲା। ଯେଉଁ ଆଧାରରେ ପୋଲିସ ସଞ୍ଜୟଙ୍କୁ ଗିରଫ କରିଛି।

   Related Posts