Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଝଗଡ଼ା ହେବାରୁ ସ୍ବାମୀର ଗଳା କାଟି ହତ୍ୟା କଲା ସ୍ତ୍ରୀ, ବସ୍ତାରେ ପୂରାଇ ଛାତକୁ ଫିଙ୍ଗିଦେଲା ମୃତଦେହ

13/11/2021 at 4:44 PM

ନୂଆଦିଲ୍ଲୀ ୧୩/୧୧: ସ୍ବାମୀର ଗଳା କାଟି ମାରିବା ପରେ ବସ୍ତାରେ ପୂରାଇ ଘର ଛାତକୁ ଫିଙ୍ଗିଦେଲା ସ୍ତ୍ରୀ। ଘଟଣାର ମାସେ ପରେ ଅଭିଯୁକ୍ତ ସ୍ତ୍ରୀକୁ ପୋଲିସ ଗିରଫ କରିଛି। ପ୍ରଥମେ ବ୍ୟକ୍ତି ଜଣଙ୍କ ଛାତରୁ ଗୋଡ଼ ଖସିଯିବାରୁ ମୃତ୍ୟୁ ହୋଇଥିବା ନେଇ ପୋଲିସକୁ କୁହାଯାଇଥିଲା। ପରେ ମୃତକଙ୍କ ଭାଇ ଭାଉଜ ବିରୋଧରେ ଥାନାରେ ଏତଲା ଦେବା ପରେ ସମସ୍ତ ଘଟଣା ପଦାକୁ ଆସିଛି। ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ  ପକାଇଛି।

ଜିଲ୍ଲାର ଦିଦିହାଟ ଅଞ୍ଚଳରେ କୁନ୍ଦନ ସିଂହ ଧାମିଙ୍କ ମୃତ୍ୟୁ ନେଇ ଅକ୍ଟୋବର ୧୭ରେ ପୋଲିସକୁ ଖବର ମିଳିଥିଲା । କିନ୍ତୁ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ କିଛି ଅଲଗା ଆସିଥିଲା। ଏହା ପରେ କୁନ୍ଦନଙ୍କ ଭାଇ ଧନ ସିଂହ ଧାମି ଥାନାରେ ନିଜ ଭାଉଜ ନୀମା ଦେବୀ ନାଁରେ ଏତଲା ଦେଇଥିଲା। ଅଭିଯୋଗକାରୀଙ୍କ ଅନୁସାରେ, ତାଙ୍କ ଭାଇ ଭାଉଜଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡ଼ା ହେଉଥିଲା। ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

ଏହା ପରେ ପୋଲିସ ନଭେମ୍ବର ୧୨ରେ ନୀମାକୁ ଗିରଫ କରି ପଚରାଉଚରା କରିଥିଲା। ପରେ ନୀମା ନିଜ ସ୍ବାମୀଙ୍କ ଗଳା କାଟି ହତ୍ୟା କରିବା ସହ ଅଖାରେ ପୂରାଇ ଛାତରେ ଫିଙ୍ଗିଥିଲା ବୋଲି ମାନିଥିଲା। ଏବେ ପୋଲିସ ରକ୍ତ ଭିଜା ଅଖା ଏବଂ ହତ୍ୟ ପାଇଁ ବ୍ୟବହୃତ ଛୁରୀଟିକୁ ମଧ୍ୟ ଜବତ  କରିଛି ।  

   Related Posts