Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ତ୍ରୀର ବିନା ଅନୁମତିରେ ଆକାଉଣ୍ଟରୁ ଦେଢ଼ ଲକ୍ଷ କାଢିନେଲେ ସ୍ୱାମୀ: ସ୍ୱାମୀ ବିରୋଧରେ ବିଶ୍ୱାସଘାତକ ମାମଲା ରୁଜ୍ଜୁ କଲେ ସ୍ତ୍ରୀ

28/04/2019 at 2:14 PM

ଅହମଦାବାଦ ୨୮/୪ : ଗୁଜରାଟରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ନଜଣାଇ ତାଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା କାଢିନେଲେ | ଯାହାଫଳରେ ସ୍ତ୍ରୀ ନିଜ ସ୍ୱାମୀଙ୍କ ବିରୋଧରେ ବିଶ୍ୱାସଘାତକତା ମାମଲା ରୁଜ୍ଜୁ କରିଛନ୍ତି | ଅହମଦାବାଦର ଶାହପୁର ଅଂଚଳରେ ରହୁଥିବା ୨୯ ବର୍ଷ ବୟସ୍କା ରିତାଲି ନାମକ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ମହିଳାଙ୍କ ସ୍ୱାମୀ ରିତାଲିଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା କାଢି ପକେଇଥିଲେ | ରାହୁଲ ଏ ସମ୍ପର୍କରେ ରିତାଲିଙ୍କୁ କିଛି ଜଣାଇନଥିଲେ | ରିତାଲି ଦିନେ ବ୍ୟାଙ୍କକୁ ଟଙ୍କା ଆଣିବା ପାଇଁ ଯାଇଥିଲେ | ଫର୍ମ ଭରିବା ପରେ ସେ ଟଙ୍କା ଆଣିବା ପାଇଁ କ୍ୟାସିୟର ପାଖକୁ ଯାଇଥିଲେ | କ୍ୟାସିଅରଙ୍କ ପାଖକୁ ଯିବାପରେ ସେ ଜାଣିବାକୁ ପାଇଲେ ତାଙ୍କ ଆକାଉଣ୍ଟରେ ୩୬୬ ଟଙ୍କା ଅଛି | ଏହା ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇଗଲେ ଯେ, ତାଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା ଗଲା କୁଆଡେ |


୩ ଦିନ ପରେ ମହିଳା ପୁଣିଥରେ ବ୍ୟାଙ୍କ ଗଲେ | ସେ ଯାଇ ତାଙ୍କ ଆକାଉଣ୍ଟ ଖାତାର ଡିଟେଲ ବାହାରକଲେ | ଖାତା ଡିଟେଲରୁ ସେ ଜାଣିବାକୁ ପାଇଲେ ଯେ, ଏଟିଏମ ଜରିଆରେ ତାଙ୍କ ଆକାଉଣ୍ଟରୁ ଟଙ୍କା କାଢ଼ ଯାଇଛି | ସେତେବେଳେ ରିତାଲି ଜାଣିବାକୁ ପାଇଥିଲେ ଯେ ଏସବୁ ତାଙ୍କ ସ୍ୱାମୀଙ୍କ କାମ | ରାହୁଲ ସ୍ତ୍ରୀକୁ ନଜଣାଇ ଲଗାତାର ତାଙ୍କ ଆକାଉଣ୍ଟରୁ ଟଙ୍କା କଢ଼ାଇଥିଲେ |


ଏସବୁ ଜାଣିବା ପରେ ରିତାଲି ନିଜ ସ୍ୱାମୀ ରାହୁଲଙ୍କ ବିରୋଧରେ ଶାହପୁର ପୋଲିସ ଥାନାରେ ବିଶ୍ୱାସଘାତକ ମାମଲା ରୁଜ୍ଜୁ କରିଛନ୍ତି | ଏଫଆଇଆରରେ ରିତାଲି କହିଛନ୍ତି ଯେ, ୨୦୧୧ ମସିହା ଏପ୍ରିଲ ୮ ତାରିଖରେ ସେ ରାହୁଲଙ୍କୁ ପ୍ରେମ ବିବାହ କରିଥିଲେ | ଉଭୟଙ୍କ ଗୋଟିଏ ଝିଅ ମଧ୍ୟ ଅଛି |

   Related Posts