Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନାରେ ଜୀବନ ହାରିଲେ ସ୍ତ୍ରୀ, ମୃତ୍ୟୁ ଖବର ଶୁଣି ହୃଦଘାତରେ ଚାଲିଗଲେ ସ୍ୱାମୀ : ମଶାଣିରେ ଏକାଠି ଜଳିଲା ଜୁଇ

13/05/2021 at 12:11 PM

ନୂଆଦିଲ୍ଲୀ,୧୩/୦୫:  ଦିନକୁ ଦିନ କରୋନା ଭାଇରସର ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଦେଶର ସହରାଞ୍ଚଳ ପ୍ରତି କରୋନା ବିପଦ ଅଧିକ ରହିଥିଲା ।ଏବେ ବିଭିନ୍ନ ଗ୍ରାମାଞ୍ଚଳରେ କରୋନା ତାର କାୟା ବିସ୍ତାର କରିଛି । କିଏ ନିଜ ଆତ୍ମୀୟ ସ୍ୱଜନକୁ ହରାଉଛି ତ ଆଉ କିଏ ନିଜର ବନ୍ଧୁ ପରିଜନଙ୍କୁ ହରାଉଛି । ଗ୍ରେଟର୍ ନୋଏଡାର ଦାଦରୀ ପଲ୍ଲା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ ମାତ୍ର କିଛି ମିନିଟ୍ ମଧ୍ୟରେ ଜୀବନ ହାରିଛନ୍ତି । ଉଭୟ ମଙ୍ଗଳବାର ହିଁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସୂଚନାନୁସାରେ, ପଲ୍ଲା ଗ୍ରାମରେ ରହୁଥିବା ଗଜରାଜ ଭଗତ ଓ ତାଙ୍କ ପଚ୍ନୀ ରାମେଶ୍ୱରୀଙ୍କର ସ୍ୱାସ୍ଥ୍ୟାବସ୍ଥା ଗତ ରବିବାର ହଠାତ ବିଗିଡି ଯାଇଥିଲା । ପରିବାର ଲୋକେ ରାମେଶ୍ୱରୀଙ୍କୁ ଗ୍ରେଟର୍ ନୋଏଡା ସ୍ଥିତ କୈଳାସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏଠାରେ ସେ କରୋନା ପଜିଟିଭ୍ ଚିହ୍ନଟ ଥିବା ଜଣା ପଡିଥିଲା । ଏହି ଖବର ତାଙ୍କ ପତି ଗଜରାଜଙ୍କୁ ମିଳିଥିଲା । ଏହାପରେ ତାଙ୍କୁ ମଧ୍ୟ ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭୂତ ହୋଇଥିଲା ।

ଗଜରାଜଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୭୫ ବର୍ଷୀୟ ଉଭୟ ପତି-ପତ୍ନୀ କରୋନାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଚିକିତ୍ସିତ ହେଉଥିବା ବେଳେ ରାମେଶ୍ୱରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ଗଜରାଜ ପାଇଥିଲଲେ । ପତ୍ନୀଙ୍କ ମୃତ୍ୟୁ ଖବର ଶୁଣି ଗଜରାଜ ମଧ୍ୟ ହୃଦଘାତରେ ପ୍ରାଣ ହରାଇଥିଲେ । ପରିବାର ଲୋକେ ଶୋକାକୂଳ ପରିବେଷରେ ମଙ୍ଗଳବାର ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।

   Related Posts