ନିଆଁରେ ପୋଡି ହୋଇ ସ୍ୱାମୀ ଓ ସ୍ତ୍ରୀ ଗୁରୁତର

Published By : Prameya-News7 Bureau | June 18, 2018 IST

ଧରାକୋଟ ଥାନା କଇରାପଲ୍ଲୀ ଗାଁରେ ଅଘଟଣ । ନିଆଁରେ ପୋଡି ହୋଇ ସ୍ୱାମୀ ଓ ସ୍ତ୍ରୀ ଗୁରୁତର । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ଏନ୍ କେସିଜିରେ ଭର୍ତ୍ତି କରାଯାଇଛି । ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ - ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସ୍ତ୍ରୀ ଅଞ୍ଜଳି ନାୟକଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା ସ୍ୱାମୀ ରୋହିତ ନାୟକ । ସ୍ତ୍ରୀ ଶରୀରରେ ନିଆଁ ଲାଗିଥିବା ଅବସ୍ଥାରେ ସ୍ବାମୀଙ୍କୁ ଧରି ପକାଇଥିଲା । ଫଳରେ ସ୍ୱାମୀ ଶରୀରରେ ମଧ୍ଯ ନିଆଁ ଲାଗି ଯାଇଥିଲା । ଉଭୟ ସ୍ୱାମୀ - ସ୍ତ୍ରୀ ଗୁରୁତର ଅଛନ୍ତି। ପ୍ରଥମେ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.