Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବାପା,ମାଆ ଚାଲିଗଲେ,ବର୍ତ୍ତିଗଲେ ୫ମାସର ଶିଶୁ : ମର୍ମନ୍ତୁଦ ଦୁର୍ଘଟଣା

30/12/2019 at 3:45 PM

କେନ୍ଦୁଝର ୩୦/୧୨: ଆଜି ଦ୍ବିପ୍ରହର ୧ଟା ୪୫ରେ ଟ୍ରକ୍ ଧକ୍କାରେ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଏଥିରୁ ବର୍ତ୍ତିଯାଇଛି ମା’ କୋଳରେ ଥିବା ୫ମାସର ଶିଶୁ। ଘଟଣାଟି ଘଟିଛି ହରିଚନ୍ଦନପୁରର ବ୍ରାହ୍ମଣୀପାଲର ମଝି ବାଘୁଆନଳୀ ପୋଲ ପାଖରେ।

ଟ୍ରକ୍ ଧକ୍କାରେ ପ୍ରାଣ ହରାଇଛନ୍ତି ଦୁଃଖିରାମ ମାରାଣ୍ଡି(୨୮) ଏବଂ ତାଙ୍କ ସ୍ତ୍ରୀ (୨୫)। ମହିଳାଙ୍କ କୋଳରେ ଥିବା ୫ମାସର ଶିଶୁ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଦୁଃଖିରାମଙ୍କ ଘର ଡୁବୁରୀର ନଦିଆଭଙ୍ଗା ଗାଁରେ। ସେ କଳିଙ୍ଗ ନଗର ଟାଟା ପ୍ଲାଣ୍ଟରେ କାମ କରୁଥିଲେ। ଦମ୍ପତ୍ତି ତାଙ୍କ ୫ମାସର ଶିଶୁ ସହ ବାଇକରେ ଯାଉଥିବାବେଳେ ଟ୍ରକଟି ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦମକଳବାହିନୀ ସେମାନଙ୍କୁ ମେଡିକାଲ୍ ନେଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ। ଶିଶୁଟି ମା’ କୋଳରେ ଥିବାରୁ ବର୍ତ୍ତିଯାଇଛି।

   Related Posts