Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ପ୍ରେମିକକୁ ହତ୍ୟା ଅଭିଯୋଗରେ ମହିଳା ଓ ତାଙ୍କ ସ୍ୱାମୀ ଗିରଫ

10/11/2018 at 5:25 PM

ବାଙ୍ଗାଲୁରୁ ୧୦/୧୧ : ପ୍ରେମିକଙ୍କୁ ହତ୍ୟା ଘଟଣାରେ ଜଣେ ୩୮ ବର୍ଷ ବୟସ୍କା ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି | କର୍ଣ୍ଣାଟକର ହୋସକୋଟ ସହରରେ ଏକ ମିନି ମାଲ ବୋଝେଇ ଟ୍ରକ ଦଳରୁ ମୃତ ପ୍ରେମିକର ଶବ ପୋଲିସ ଜବତ କରିଛି |
ପୋଲିସକୁ ମିଳିଥିବା ସୂଚନା ଅନୁସାରେ, ୩୮ ବର୍ଷ ବୟସ୍କା ମହିଳା ରସିଦା ଏବଂ ୪୨ ବର୍ଷ ବୟସ୍କ ତାଙ୍କ ସ୍ୱାମୀ ସୟଦ ଏହସାନ ମାଲଲୁର ଥାନା ଅନ୍ତର୍ଗତ କୃଷ୍ଣପୁରା ଗାଁରେ ରହନ୍ତି | ସୟଦ ଏହସାନ ଜଣେ ଡ୍ରାଇଭର | ମୃତ ପ୍ରେମିକ ବାଙ୍ଗରାପେଟର ଅଫରୋଜ ଖାନଙ୍କ କଲ ରେକର୍ଡ ଯାଞ୍ଚ ପରେ ପୋଲିସ ଏହି ଦମ୍ପତ୍ତିକୁ ଗିରଫ କରାଯାଇଛି |

ଅନୁସନ୍ଧାନରୁ ଜଣାପଡିଛି, ଅଫରୋଜ ସହିତ ଦୀର୍ଘ ୮ବର୍ଷ ଧରି ରସିଦାଙ୍କ ଅତିରିକ୍ତ ବୈବାହିକ ସମ୍ପର୍କ ଥିଲା | ତେବେ ଏହି ସମ୍ପର୍କ ବିଷୟରେ ରସିଦାଙ୍କ ସ୍ୱାମୀ ସୟଦ ଏହସାନ ଜାଣି ଯାଇଥିଲେ | ଫଳରେ ଅଫରୋଜଙ୍କ ଠାରୁ ରସିଦା ଦୂରତା ରକ୍ଷା କରିବା ଆରମ୍ଭ କରିଥିଲା | ଏଥିସହ ସମ୍ପର୍କକୁ ଆଉ ଆଗକୁ ନ ବଢାଇବା ପାଇଁ ମଧ୍ୟ ଅଫରୋଜକୁ ରସିଦା ସିଧାସଳଖ କହିଦେଇଥିଲା | ତେବେ ଏ ସମ୍ପର୍କକୁ ନ ଭାଙ୍ଗିବା ପାଇଁ ରସିଦାକୁ ଅଫରୋଜ ବାରମ୍ବାର ଅନୁରୋଧ କରୁଥିଲା | ଏପରିକି ରସିଦାଙ୍କୁ ତାର ଅନିଚ୍ଛା ସତ୍ୱେ ଦେଖା ମଧ୍ୟ କରୁଥିଲା | ନିଜ ପାରିବାରିକ ଜୀବନ ବିପର୍ଯ୍ୟସ୍ତ ହେବା ଆଶଙ୍କାରେ ଅଫରୋଜ ତାକୁ ହଇରାଣ କରୁଛି ବୋଲି ରସିଦା ସ୍ୱାମୀ ସୟଦ ଏହସାନକୁ କହିଥିଲା | ଫଳରେ ସ୍ୱାମୀ ସ୍ତ୍ରୀ ମିଶି ଅଫରୋଜକୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ | ଯୋଜନା ମୁତାବକ ନଭେମ୍ବର ୪ତାରିଖ ଦିନ ଅଫରୋଜକୁ ରସିଦା ନିଜ ଘରକୁ ଡାକିଥିଲା | ନିଜ ପୁରୁଣା ପ୍ରେମ ସମ୍ପର୍କ ପୁଣି ଉଦ୍ଜୀବିତ ହେବା ଆଶାରେ ଉତ୍ସାହିତ ହୋଇ ରସିଦାଙ୍କ ଘରେ ଅଫରୋଜ ପହଂଚିଯାଇଥିଲା | ତେବେ ସେଠାରେ ପହଂଚିବା ପରେ ରସିଦାଙ୍କ ସ୍ୱାମୀ ସୟଦ ଏହସାନ ଟାଙ୍ଗିଆରେ ଆକ୍ରମଣ କରିଥିଲା | ଏହସାନର ଆକ୍ରମଣରେ ଘଟଣାସ୍ଥଳରେ ହିଁ ଅଫରୋଜର ମୃତ୍ୟୁ ହୋଇଯାଇଥିଲା | ଅଫରୋଜର ଶବକୁ ଏକ ମାଲ ବାହି ମିନି ଟେମ୍ପୁ ଡାଲାରେ ପକାଇ ଏହସାନ ହଶକୋଟ ସହରକୁ ନେଇଯାଇଥିଲା | ଶବ ଥିବା ଟେମ୍ପୁ ଟିକୁ ଏକ ପରିତ୍ୟକ୍ତ ସ୍ଥାନରେ ଛାଡି ଚାଲିଆସିଥିଲା | ତେବେ ଅଫରୋଜ ପାକେଟରେ ଥିବା ମୋବାଇଲ ଫୋନର କଲ ରେକର୍ଡକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରିଥିଲା | ଗିରଫ ହେବାପରେ ରସିଦା ଏବଂ ଏହସାନ ନିଜ ଦୋଷ ସ୍ୱୀକାର କରିଛନ୍ତି |

   Related Posts