Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

୨ଶିଶୁଙ୍କ ଗଳା ଚିପି ହତ୍ୟା ପରେ ଛାତରୁ ଡେଇଁଲେ ଦମ୍ପତି !

3/12/2019 at 10:34 AM

ନୂଆଦିଲ୍ଲୀ ୦୩।୧୨: ଗାଜିଆବାଦ ସ୍ଥିତ ଇନ୍ଦିରାପୁରମରେ ଏକ ଅଭବନୀୟ ଘଟଣା ସାମ୍ନାକୁ ଆସିଛି । ଆଠ ମହଲା ବିଶିଷ୍ଟ ଛାତରୁ ଡେଇଁଛନ୍ତି ଜଣେ ପୁରୁଷ ଓ ଦୁଇ ମହିଳା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୁରୁଷ ଓ ମହିଳାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି ।

ସୂଚନାଯୋଗ୍ୟ ଯେ, ଗାଜିଆବାଦ ସ୍ଥିତ ଇନ୍ଦିରାପୁରମରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ବ୍ୟକ୍ତି ନିଜର ଦୁଇ ଶିଶୁଙ୍କୁ ଗଳା ଚିପି ହତ୍ୟା ପରେ ଆଠ ମହଲା ବିଶିଷ୍ଟ ଆପର୍ଟମେଣ୍ଟ ଛାତରୁ ଡେଇଁପଡିଲେ ସ୍ବାମୀ , ସ୍ତ୍ରୀ  ଓ ଜଣେ ମହିଳା । ମୃତକ ମାନେ ହେଲେ ଗୁଲଶାନ ବାସୁଦେବ,  ପରବିନ ସଂଜନା ,ଦୁଇ ମୃତ ଶିଶୁ ରିତିକା ଓ ରିତିକ ବୋଲି ଜଣାପଡିଛି । ପରିବାର ଦିଲ୍ଲୀରେ ରହୁଥିଲେ, କିନ୍ତୁ କିଛିଦିନ ହେବ ଏମାନେ ଗାଜିଆବାଦରେ ଆସି ଭଡା ଘରେ ରହୁଛନ୍ତି । ଗୁଲଶାନଙ୍କ ଘରୁ ପୋଲିସକୁ ଏକ ସୁଇସାଇଡ ନୋଟ ମିଳିଛି । ନୋଟରେ ଆର୍ଥିକ ସମସ୍ୟା ନେଇ ପରିବାର ଏପରି କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିବେଳେ, ଡାକ୍ତର ସେମାନଙ୍କ ମୃତ୍ୟୁ ଘୋଷଣା କରିଛନ୍ତି । ସ୍ଥାନୀୟ ଅଞ୍ଚଳ ପାଇଁ ପରିବାର ନୂଆ ହୋଇଥିବାରୁ ସ୍ଥାନୀୟଲୋକେ ବିଶେଷ କିଛି କହିପାରୁନାହାନ୍ତି । ଘଟଣାର ପୋଲିସ ତଦନ୍ତ ଜାରି ରଖିଛି  ।

   Related Posts